ଧ୍ରୁବ ଜୁରେଲଙ୍କ ଜବରଦସ୍ତ ବ୍ୟାଟିଂ: ପ୍ରଥମ ଇଂନିସରେ ଭାରତ ୩୦୭ ରନରେ ଅଲଆଉଟ

204

କନକ ବ୍ୟୁରୋ: ଆଜି ଭାରତ-ଇଂଲଣ୍ଡ ଚତୁର୍ଥ ଟେଷ୍ଟର ତୃତୀୟ ଦିନ । ଆଜି ଭାରତ ୩୦୭ ରନ କରି ଅଲଆଉଟ ହୋଇଯାଇଛି । ଭାରତ ପକ୍ଷରୁ ଧ୍ରୁବ ଜୁରେଲ ଦମଦାର ବ୍ୟାଟିଂ କରିଥିଲେ । ଭାରତ ୩୦୭ ରନ ଫଳରେ ଏବେ ଇଂଲଣ୍ଡ ୪୬ରେ ଆଗୁଆ ରହିଛି । ଏବେ ଇଂଲଣ୍ଡ ବ୍ୟାଟିଂ କରି ଭାରତକୁ ଟାର୍ଗେଟ ଦେବ ।

ଏହି ମ୍ୟାଚରେ ଇଂଲଣ୍ଡ ଟସ ଜିତି ପ୍ରଥମେ ବ୍ୟାଟିଂ କରିଥିଲା । ଇଂଲଣ୍ଡ ପକ୍ଷରୁ ଜୋ ରୁଟ୍ ୧୨୨, ରବିନ ସନ୍ ୫୮, ଜ୍ୟାକ କ୍ରଲେ ୪୨ ଓ ଫୋକ୍ସ ୪୭ ରନ କରିଥିଲେ । ଫଳରେ ଇଂଲଣ୍ଡ ୩୫୩ ରନ କରି ଅଲଆଉଟ ହୋଇଯାଇଥିଲା । ଏହାପରେ ଭାରତ ତାର ପ୍ରଥମ ଇଂନିସରେ ୩୦୭ ରନବରେ ସକ୍ଷମ ହୋଇଛି । ଭାରତ ପକ୍ଷରୁ ଏହି ଇଂନିସରେ ଧ୍ରୁବ ଜୁରେଲ ୯୦ ଓ ଜୟସ୍ୱାଲ ୭୩ ରନ କରିଛନ୍ତି ।