କନକ ବ୍ୟୁରୋ : ଭାରତ-ଇଂଲଣ୍ଡ ତୃତୀୟ ଟେଷ୍ଟରେ ଦ୍ୱିତୀୟ ଦିନ ଖେଳ ଆରମ୍ଭ ହୋଇ ସାରିଛି । ହେଲେ ଭାରତ ତାର ପ୍ରଥମ ଇଂନିସରେ ମାତ୍ର ୧୪୫ ରନରେ ଅନଆଉଟ ହୋଇଯାଇଛି । ଏହାସହ ଭାରତ ୩୩ ରନରେ ଆଗୁଆ  ରହିଛି । ଦଳ ପକ୍ଷରୁ ରୋହିତ ଶର୍ମା ସର୍ବାଧିକ ୬୬ ରନ କରିଛନ୍ତି ।

Advertisment

ଭାରତ-ଇଂଲଣ୍ଡ ମଧ୍ୟରେ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଉଛି ଡେ ନାଇଟ ଟେଷ୍ଟ ମ୍ୟାଚ । ଏହି ମ୍ୟାଚରେ ପ୍ରଥମେ ଟସ ଜିତି ଇଂଲଣ୍ଡ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ଆଉ ଇଂଲଣ୍ଡ ବି ପ୍ରଥମ ଇଂନିସରେ ୧୧୨ ରନରେ ଅଲ ଆଉଟ ହୋଇଥିଲା । ଇଂଲଣ୍ଡ ପକ୍ଷରୁ ଜ୍ୟାକ କ୍ରଲି ୫୩ ରନ କରିଥିଲେ ।

ଭାରତର ପ୍ରଥମ ଇଂନିସରେ ରୋହିତ ୬୬, ଗିଲ ୧୧, କୋହଲି ୨୭, ଅଶ୍ୱିନ ୧୭ ଓ ଇଶାନ୍ତ ୧୦ ରନ କରିଥିଲେ । ସେହପିର ଇଂଲଣ୍ଡ ପକ୍ଷରୁ ରୁଟ ୫ ଓ ଜ୍ୟାକ ଲେହ ୪ଟି ୱିକେଟ ନେଇଥିଲେ ।