କନକ ବ୍ୟୁରୋ : ବାତ୍ୟା ପୀଡିତଙ୍କୁ ସହାୟତାର ହାତ ବଢାଇଲା ଭାରତାୟ ବାୟୁସେନା ଏବଂ ଭାରତୀୟ ନୌସେନା ବାହିନୀ । ବାତ୍ୟା ‘ଫୋନି’ରେ ପ୍ରଭାବିତ ହୋଇଥିବା ଲୋକମାନଙ୍କୁ ସେନା ପକ୍ଷରୁ ରିଲିଫ୍ ସାମଗ୍ରୀ ଯୋଗାଇ ଦିଆଯାଉଛି । ବାତ୍ୟାକୁ ୪୦ ଘଣ୍ଟାରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟ ଯେଉଁ କ୍ଷତି ଘଟିଯାଇଛି, ସେଥିରେ ଘାଣ୍ଟି ହେଉଛନ୍ତି ଲୋକେ ।
#CycloneFani As a response towards #HADR,IAF is launching 3 C-130J Super Hercules aircraft from Hindan with relief material, emergency equipment and medicines. IAF has been on 'hot standby', and with air operations restored, is now ready to launch for cyclone hit areas. pic.twitter.com/lGGHgBODN6
— Indian Air Force (@IAF_MCC) May 4, 2019
ବିଦ୍ୟୁତ ସଂଯୋଗ ବ୍ୟାହାତ ହୋଇଥିବା ବେଳେ ବିଶେଷ କରି ପାନୀୟ ଜଳ ଏବଂ ଖାଦ୍ୟର ସଂକଟ ଦେଖାଯାଇଥିଲା । ତେବେ ଆଜି ନୌସେନା ଏବଂ ବାୟୁସେନା ପକ୍ଷରୁ ଆକାଶମାର୍ଗରୁ ପୁରୀ ଏବଂ ଏହାର ଆଖପାଖ ଅଞ୍ଚଳରେ ରିଲିଫ୍ ସାମଗ୍ରୀ ଯୋଗାଇ ଦିଆଯାଇଛି ।
ଭାରତୀୟ ନୈାସେନା ପକ୍ଷରୁ ଆକାଶମାର୍ଗରୁ ରିଲିଫ ସାମଗ୍ରୀ ପକାଯିବାର ଦୃଶ୍ୟ । ପୁରୀ ଏବଂ ଏହାର ଆଖପାଖ ଅଂଚଳରେ ଏହି ପ୍ରକ୍ରିୟା ଜାରି ରହିଛି । #CycloneFaniAftermath #CycloneFani pic.twitter.com/EAyBvFFXEg
— Kanak News (@kanak_news) May 5, 2019
ପୁଣି ଥରେ ପ୍ରକୃତିର କରାଳ ରୂପ ଦେଖିଛି ଓଡିଶା । ୧୯୯୯ର ମହାବାତ୍ୟା ଭଳି ପ୍ରଳୟ ରଚିଲା ଫୋନି । ଛାରଖାର କରିଦେଲା ଅଧା ଓଡିଶା । ଓଡିଶା ଇତିହାସରେ ଲିପିବଦ୍ଧ ହୋଇରହିଗଲା ମେ ୩ ତାରିଖ । ମାତ୍ର ୧୨ ଘଣ୍ଟା ମଧ୍ୟରେ ଉପକୂଳ ଓଡିଶାର ଚେହେରାକୁ ବିବର୍ଣ୍ଣ କରିଦେଲା ବାତ୍ୟା ‘ଫୋନି’ । ଶ୍ୁକ୍ରବାର ଓଡିଶାରେ ବାତ୍ୟା ‘ଫୋନି’ର କରାଳ ରୂପ ୧୯୯୯ ମହାବାତ୍ୟା ଭଳି ଲୋକଙ୍କ ମନରେ ଭୟ ସୃଷ୍ଟି କରିଛି । ମିଳିଥିବା ସୂଚନା ଅନୁଯାୟୀ, ପାଖାପାଖି ୧୪ଟି ଜିଲ୍ଲାରେ ନାହିଁନଥିବା କ୍ଷତି କରିଛି ‘ଫୋନି’ ।