କନକ ବ୍ୟୁରୋ : ଆଜି ଲକ୍ଷେ୍ମøରେ ଭାରତ ଇଂଲଣ୍ଡ ମୁକାବିଲା । ଆଜିର ମ୍ୟାଚ ଜିତି ସେମିଫାଇନାଲରେ ପ୍ରବେଶ କରିବାକୁ ଲକ୍ଷ୍ୟ ରଖିଛି ଟିମ ଇଣ୍ଡିଆ । ଭାରତ ଲଗାତାର ୫ ମ୍ୟାଚ ଜିତିସାରିଥିବା ବେଳେ ଇଂଲଣ୍ଡ ମାତ୍ର ଗୋଟିଏ ମ୍ୟାଚ ଜିତିଛି । ଇଂଲଣ୍ଡ ଚଳିତ ବିଶ୍ୱକପରେ ସବୁଠୁ ଖରାପ ପଦର୍ଶନ ଜାରି ରଖିଛି । କିନ୍ତୁ ଦଳରେ ଭଲ ଖେଳାଳି ରହିଥିବାରୁ କୌଣସି ସମୟରେ ଇଂଲଣ୍ଡ ଫର୍ମକୁ ଫେରିବାର ଆଶଙ୍କା ରହିଛି । ତେଣୁ ମ୍ୟାଚରେ କଡା ଟକ୍କର ଦେଖିବାକୁ ମିଳିବ ବୋଲି କୁହାଯାଉଛି ।

Advertisment

କିନ୍ତୁ ମ୍ୟାଚ ପୂର୍ବରୁ ଭାରତରୁ ବଡ଼ ଝଟକା ଲାଗିଛି । ଅଲରାଉଣ୍ଡର ହାର୍ଦିକ ପାଣ୍ଡ୍ୟା ଇଂଲଣ୍ଡ ମ୍ୟାଚରେ ଖେଳିବେ ନାହିଁ ବୋଲି ସୂଚନା ମିଳିଛି । ଆଣ୍ଠୁରେ ଆଘାତ ଯୋଗୁ ହାର୍ଦିକ ଆହୁରି କିଛି ମ୍ୟାଚ ଖେଳିବେ ନାହିଁ । କିନ୍ତୁ ସେମିଫାଇନାଲ ବେଳକୁ ସେ ସୁସ୍ଥ ହୋଇଯିବା ଆଶା କରାଯାଉଛି । ତେବେ ପାଣ୍ଡ୍ୟାଙ୍କ ବଦଳରେ କାହାକୁ ଟିମରେ ସାମିଲ କରାଯିବ ତାକୁ ନେଇ ଚିନ୍ତାରେ ପଡିଯାଇଛି ଟିମ ଇଣ୍ଡିଆ । ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ମ୍ୟାଚରେ ହାର୍ଦିକଙ୍କ ବଦଳରେ ଟିମରେ ଦୁଇଟି ପରିବର୍ତନ କରାଯାଇଥିଲା । ମହମ୍ମଦ ସାମିଙ୍କୁ ବୋଲର ଭାବେ ସାମିଲ କରାଯାଇଥିବା ବେଳେ ବ୍ୟାଟର ଭାବେ ସୂର୍ଯ୍ୟକୁମାର ଯାଦବଙ୍କୁ ସାମିଲ କରାଯାଇଥିଲା । ସାମି ଭଲ ବୋଲିଂ କରି ୫ ଟି ୱିକେଟ ମଧ୍ୟ ନେଇଥିଲେ । କିନ୍ତୁ ଇଂଲଣ୍ଡ ବିପକ୍ଷ ମ୍ୟାଚରେ ତାଙ୍କୁ ଟିମରେ ସାମିଲ କରାଯାଇନପାରେ । ଲକ୍ଷେ୍ମø ପିଚ ସ୍ଲୋ ବୋଲରଙ୍କୁ ସୁହାଉଥିବାରୁ ସାମିଙ୍କ ବଦଳରେ ରବିଚନ୍ଦ୍ରନ ଅଶ୍ୱୀନୀଙ୍କୁ ଟିମରେ ସାମିଲ କରାଯାଇପାରେ ବୋଲି କୁହାଯାଉଛି । ଯଦି ବ୍ୟାଟିଂରେ ଭାରତର ବିପର୍ଯ୍ୟୟ ଘଟେ ତେବେ ୮ ନମ୍ବରରେ ଅଶ୍ୱୀନୀ ବ୍ୟାଟିଂ ମଧ୍ୟ କରିପାରିବେ । ତେଣୁ ତାଙ୍କୁ ଟିମରେ ସାମିଲ କରାଯାଇପାରେ ବୋଲି କୁହାଯାଉଛି ।