ଆଫଗାନିସ୍ତାନ ବିପକ୍ଷରେ ଭାରତ ଜିତିବା ପରେ ରାଗିଗଲେ ପାକିସ୍ତାନ ଫ୍ୟାନ: ସୋସିଆଲମିଡିଆରେ ଦେଲେ ଏମିତି କମେଣ୍ଟ

1,175

କନକ ବ୍ୟୁରୋ: ଭାରତ-ଆଫଗାନିସ୍ତାନ ତୃତୀୟ ମୁକାବିଲାରେ ଭାରତ ଦମଦାର ବିଜୟ ହାସ କରିଛି । ଏହି ମ୍ୟାଚରେ ଭାରତ ଆଫଗାନିସ୍ତାନକୁ ୬୬ ରନରେ ପରାସ୍ତ କରିଛି । ପାକିସ୍ତାନ, ନ୍ୟୁଜିଲାଣ୍ଡ ବିପକ୍ଷରେ ପରାଜୟ ପରେ ଏବେ ଭାରତ ବିଜୟ ହାସଲ କରିଛି । ଆଉ ଟି-୨୦ ବିଶ୍ୱକପରେ ସବୁଠାରୁ ବଡ ସ୍କୋର ମଧ୍ୟ କରିଛି ।

ହେଲେ ଭାରତଠୁ ଆଫଗାନିସ୍ତାନ ହାରିବାକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି ପାକିସ୍ତାନ ପ୍ରଶଂସକ । ଆଉ ଏହି ମ୍ୟାଚ ଫିକ୍ସିଂ ହୋଇଥିବା ସେମାନେ ସୋସିଆଲ ମିଡିଆରେ କମେଣ୍ଟ କରୁଛନ୍ତି । ତାଙ୍କ ହିସାବରେ ଆଫଗାନିସ୍ତାନ ଏହି ମ୍ୟାଚରେ ଟଙ୍କା ପାଇଁ ଭାରତଠୁ ପରାଜୟ ହୋଇଛି । ଯେଉଁଥିପାଇଁ ସେମାନେ ଆଫଗାନିସ୍ତାନକୁ ଗାଳି କରିବା ସହ ଭାରତକୁ ଟ୍ରୋଲ ମଧ୍ୟ କରୁଛନ୍ତି ।

ଗତକାଲି ଭାରତ-ଆଫଗାନିସ୍ତାନ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ଏଥିରେ ଭାରତ ଆଫଗାନିସ୍ତାନଠୁ ୬୬ ରନରେ ବିଜୟୀ ହୋଇଥିଲା । ଆଉ ଚଳିତ ଟି-୨୦ ବିଶ୍ୱକପରେ ସବୁଠାରୁ ଅଧିକ ସ୍କୋର ମଧ୍ୟ କରିଛି । ଯାହାକୁ ସହଜରେ ହଜମ କରିପାରୁନି ପାକିସ୍ତାନ ।