କନକ ବ୍ୟୁରୋ : ଦେଶରେ ଗୋଟିଏ ଦିନରେ ୧ କୋଟିରୁ ଅଧିକ ଟିକାକରଣ ରେକର୍ଡ ଦ୍ୱିତୀୟ ଥର ପାଇଁ ହୋଇଛି । ମଙ୍ଗଳବାର ଗୋଟିଏ ଦିନରେ ଟିକାକରଣର ସମସ୍ତ ରେକର୍ଡକୁ ଟପି ଯାଇଛି । ଦିନକରେ ପ୍ରାୟ ୧ କୋଟି ୩୦ ଲକ୍ଷ ୮୨ ହଜାରରୁ ଅଧିକ ଟିକା ଦିଆଯାଇଛି । ମଙ୍ଗଳବାର ସାରା ଦେଶର ୭୬ ହଜାର ୯୬୪ ଟିକାଦାନ କେନ୍ଦ୍ରରେ ଲୋକଙ୍କୁ କୋଟିଏରୁ ଅଧିକ ଟିକା କରଣ କରାଯାଇଛି । ଏହା ବର୍ତମାନ ସୁଦ୍ଧା ଗୋଟିଏ ଦିନରେ ହୋଇଥିବା ସର୍ବାଧିକ ଟିକାକରଣ । ପୂର୍ବରୁ ଅଗଷ୍ଟ ୨୭ ତାରିଖରେ ୧ କୋଟି ୩ଲକ୍ଷ ୩୫ ହଜାର ୨୯୦ ଡୋଜ ଟିକା ଦିଆଯାଇଥିଲା । ବର୍ତମାନ ସୁଦ୍ଧା ଦେଶରେ ୬୫ କୋଟି ୨୬ ଲକ୍ଷ ଡୋଜ ଟିକାକରଣ କରାଯାଇଛି । ସେମାନଙ୍କ ମଧ୍ୟରୁ ପ୍ରଥମ ଡୋଜ ନେଇଛନ୍ତି ୫୦ କୋଟି ୩୧ ଲକ୍ଷରୁ ଅଧିକ ଏବଂ ୧୪କୋଟି ୯୪ ଲକ୍ଷରୁ ଅଧିକ ଟିକା ଦୁଇଟି ଡୋଜ ନେଇସାରିଛନ୍ତି ।

Advertisment