ଋଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ : ବୈଦେଶିକ ମନ୍ତ୍ରାଳୟ କହିଲା ୟୁକ୍ରେନର ପଡୋଶୀ ପୋଲାଣ୍ଡ, ରୋମାନିଆ ବାଟ ଦେଇ ଭାରତୀୟଙ୍କୁ ଆଣିବାକୁ କଥାବାର୍ତ୍ତା ଜାରି

Advertisment
ଋଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ : ବୈଦେଶିକ ମନ୍ତ୍ରାଳୟ କହିଲା ୟୁକ୍ରେନର ପଡୋଶୀ ପୋଲାଣ୍ଡ, ରୋମାନିଆ ବାଟ ଦେଇ ଭାରତୀୟଙ୍କୁ ଆଣିବାକୁ କଥାବାର୍ତ୍ତା ଜାରି

କନକ ବ୍ୟୁରୋ : ୟୁକ୍ରେନରୁ ଭାରତୀୟମାନେ କିଭଳି ସୁରକ୍ଷିତ ଭାବେ ଫେରିବେ ସେ ନେଇ ସୁନିଶ୍ଚିତ କରିବାକୁ ପ୍ରଧାନମନ୍ତ୍ରୀ କହିଛନ୍ତି । ଋଷ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ବେଳେ ବୈଦେଶିକ ମନ୍ତ୍ରାଳୟ ଏହା କହିଛି । ୟୁକ୍ରେନର ସ୍ଥିତିକୁ ଭାରତ ସରକାର ଗୁରୁତର ସହ ନେଇଛନ୍ତି । ସେଠାରେ ରହୁଥିବା ଭାରତୀୟଙ୍କ ସୁରକ୍ଷାକୁ କେନ୍ଦ୍ର ସରକାର ପ୍ରାଥମିକତା ଦେଉଛନ୍ତି ବୋଲି ବୈଦିଶକ ମନ୍ତ୍ରାଳୟ କହିଛି ।

ବୈଦେଶିକ ସଚିବ ହର୍ଷ ଶୃଙ୍ଗଲା କହିଛନ୍ତି, ପୋଲାଣ୍ଡ, ହଙ୍ଗରୀ ରାସ୍ତାରେ ୟୁକ୍ରେନରେ ଫସିରହିଥିବା ଭାରତୀୟଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯିବ । ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଏ ନେଇ ପୋଲାଣ୍ଡ, ରୋମାନିଆ, ସ୍ଲୋଭାକିଆ, ହଙ୍ଗରୀର ବୈଦେଶିକ ମନ୍ତ୍ରୀଙ୍କ ସହ କଥା ହେବେ ବୋଲି ସେ ହର୍ଷ କହିଛନ୍ତି । ସମସ୍ତ ଦୂତାବାସକୁ ସକ୍ରିୟ କରାଯିବ ସହିତ ଆଡଭାଇଜରି ଜାରି କରାଯାଇଛି ।

ଋଷ ଏବଂ ୟୁକ୍ରେନ ମଧ୍ୟରେ ବିବାଦ ବଢିବା ପରେ ଭାରତ ସରକାର ବିମାନ ଜରିଆରେ ଭାରତୀୟଙ୍କୁ ଫେରାଇ ଆଣିବାକୁ ପ୍ରସ୍ତୁତି ଆରମ୍ଭ ହୋଇଥିଲା । କିନ୍ତୁ ଯୁଦ୍ଧ ଆରମ୍ଭ ହୋଇଯିବା ପରେ ୟୁକ୍ରେନ ଆକାଶ ଏବେ ନୋ ଫ୍ଲାଇିଂ ଜୋନ୍ ଘୋଷଣା ହୋଇଛି । ଏହାପରେ ଉଦ୍ଧାର ପ୍ରକ୍ରିୟା ବନ୍ଦ ରହିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe