କନକ ବ୍ୟୁରୋ: ପାକିସ୍ତାନରେ ଭାରତୀୟ କ୍ଷେପଣାସ୍ତ୍ର ପଡ଼ିବା ଘଟଣାରେ ଦୁଃଖ ପ୍ରକାଶ କରିଛି ପ୍ରତିରକ୍ଷା ମନ୍ତ୍ରାଳୟ । ଭାରତୀୟ କ୍ଷେପଣାସ୍ତ୍ର ନିଜ ସୀମାରେ ପଡ଼ିଥିବା ନେଇ ଗତକାଲି ପାକିସ୍ତାନ କହିଥିଲା । ଏହାସହ ଭାରତୀୟ ରାଷ୍ଟ୍ରଦୂତଙ୍କୁ ଡାକି ଏନେଇ ଉତ୍ତର ରଖିବାକୁ କହିଥିଲା । ଆଜି ଏହାର ଉତ୍ତର ରଖି ଭାରତ ପକ୍ଷରୁ କୁହାଯାଇଛି ଯେ, ଯାନ୍ତ୍ରିକ ତ୍ରୁଟି ଯୋଗୁଁ କ୍ଷେପଣାସ୍ତ୍ର ପାକିସ୍ତାନ ସୀମାକୁ ଚାଲିଯାଇଥିଲା । ଏଥିପାଇଁ ଦୁଃଖ ପ୍ରକାଶ କରିଛି ପ୍ରତିରକ୍ଷା ମନ୍ତ୍ରାଳୟ । ଏହାସହ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସୂଚନା ଅନୁସାରେ ୯ ମାର୍ଚ୍ଚରେ ଏକ ପରୀକ୍ଷଣ ବେଳେ ଏକ କ୍ଷେପଣାସ୍ତ୍ର ସୀମା ପାର କରି ପାକିସ୍ତାନ ପଟକୁ ଚାଲିଯାଇଥିଲା । ହେଲେ ଏହି ଘଟଣାରେ ସେଠାରେ କୌଣସି କ୍ଷୟକ୍ଷତି ହୋଇ ନାହିଁ ।