ଦେଶରେ ୪ ଲକ୍ଷ ଟପିଲା କରୋନା ମୃତ୍ୟୁ । ଆମେରିକା, ବ୍ରାଜିଲ ପରେ ମୃତ୍ୟୁ ସଂଖ୍ୟାରେ ୩ୟ ସ୍ଥାନରେ ଭାରତ, ସଂକ୍ରମଣ ହାର କମୁଥିଲେ ବି ମୃତ୍ୟୁ ସଂଖ୍ୟାରେ ଆସୁନି ସୁଧାର ।

138

କନକ ବ୍ୟୁରୋ : କରୋନା ସଂକ୍ରମଣ ଜନିତ ମୃତ୍ୟୁ ସଂଖ୍ୟାରେ ୪ ଲକ୍ଷ ଟପିଗଲା ଭାରତ । ଦେଶରେ କରୋନା ମହାମାରୀର ୨ୟ ଲହର ଧିରେ ଧିରେ ଫିକା ପଡୁଥିବାବେଳେ କରୋନା ମୃତ୍ୟୁ ସଂଖ୍ୟା ମଧ୍ୟ ଅନେକାଂଶରେ କମି ଆସୁଛି । ହେଲେ ବର୍ତମାନ ସୁଦ୍ଧା ଦେଶରେ ୪ ଲକ୍ଷରୁ ଅଧିକ ଲୋକେ କରୋନାରେ ମୃତ୍ୟୁବରଣ କରି ସାରିଲେଣି ।

କରୋନା ମୃତ୍ୟୁ ସଂଖ୍ୟା ଟପିଲା ୪ ଲକ୍ଷ । ଆମେରିକା, ବ୍ରାଜିଲ ପରେ ଭାରତ ତୃତୀୟ । କରୋନା ଜନିତ ମୃତ୍ୟୁରେ ଗୁରୁବାର ଭାରତ ବିଶ୍ୱର ତିନି ନମ୍ବର ସ୍ଥାନରେ ପହଞ୍ଚିଛି । କୋଭିଡ୍-୧୯ ସଂକ୍ରମଣର ୨ୟ ଲହରରେ ଭାରତ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି । ଫଳରେ ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ଟପି ଯାଇଛି । କରୋନା ମୃତ୍ୟୁରେ ୧୦ଟି ଦେଶ ଯେଉଁଠି କରୋନା ଜନିତ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ଉପରେ ରହିଛି ।

୧ ନମ୍ବର         ଆମେରିକା        ୬ଲକ୍ଷ
୨ ନମ୍ବର          ବ୍ରାଜିଲ            ୫.୨ଲକ୍ଷ
୩ ନମ୍ବର        ଭାରତ             ୪ ଲକ୍ଷ
୪ ନମ୍ବର        ମେକ୍ସିକୋ          ୨.୩ଲକ୍ଷ
୫ ନମ୍ବର          ପେରୁ             ୧.୯ ଲକ୍ଷ

ଋଷିଆ, ବ୍ରିଟେନ୍ ଓ ଇଟାଲିରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୩୦ ହଜାର ଉପରେ ରହିଛି । ସେହିପରି ଫ୍ରାନ୍ସ ଆଉ କଲମ୍ବିଆରେ ୧ ଲକ୍ଷ ୧୦ ହଜାର ଲୋକ ମାରାତ୍ମକ ମହାମାରୀରେ ପ୍ରାଣ ହରାଇଛନ୍ତି ।

ସେପଟେ କରୋନା ସଂକ୍ରମଣର ଦୈନିକ ସଂଖ୍ୟା ଲଗାତାର ୩ ଦିନ ଧରି ୪୦ ହଜାରରୁ ଅଧିକ ରହିଛି । ସେପଟେ ସୁସ୍ଥ ହାର ବୃଦ୍ଧି ପାଇ ୯୭.୦୧ ପ୍ରତିଶତ ରେକର୍ଡ ହୋଇଛି । ଦୈନିକ ସଂକ୍ରମଣ ହାର ମଧ୍ୟ ହ୍ରାସ ପାଉଛି । ଗୁରୁବାର ଦୈନିକ ସଂକ୍ରମଣ ହାର ୨.୪୮ ପ୍ରତିଶତ ରହିଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସୂଚନା ଅନୁସାରେ ଗତ ୨୪ ଘଂଟାରେ ଦେଶରେ,

– ୪୬,୬୧୭ ଆକ୍ରାନ୍ତ ଚିହ୍ନଟ
– ୮୫୩ ଜଣଙ୍କ କରୋନାରେ ମୃତ୍ୟୁ
– ୫୯,୩୮୪ ଜଣ ସୁସ୍ଥ
– ମୋଟ୍ କରୋନା ଆକ୍ରାନ୍ତ ସଂଖ୍ୟା ୩,୦୪,୫୮,୨୫୧
– ମୋଟ୍ ସୁସ୍ଥ ସଂଖ୍ୟା ୨,୯୫,୪୮୩୦୨
– ସକ୍ରିୟ ରୋଗୀ ସଂଖ୍ୟା ୫,୦୯,୬୩୭
– ମୋଟ ମୃତ୍ୟୁ ସଂଖ୍ୟା ୪,୦୦,୩୧୨

ବର୍ତମାନ ସୁଦ୍ଧା ଦେଶରେ ୪୧ କୋଟି ୪୨ ଲକ୍ଷ ଲୋକଙ୍କ ନମୂନା ସଂଗ୍ରହ କରାଯାଇ ପରୀକ୍ଷଣ ହୋଇସାରିଛି । ସେପଟେ ଦେଶରେ କରୋନା ଟୀକାକରଣ ଜୋର ସୋରରେ ଆଗେଇ ଚାଲିଛି । ଶୁକ୍ରବାର ସୁଦ୍ଧା ୩୪,୦୦,୭୬,୨୩୨ ଜଣ କରୋନା ଟିକା ନେଇ ସାରିଲେଣି ।