ଜୟସ୍ୱାଲଙ୍କ ଦମଦାର ଦ୍ୱିଶତକ: ପ୍ରଥମ ଇଂନିସରେ ଭାରତ ୩୯୬ରେ ଅଲଆଉଟ

99

କନକ ବ୍ୟୁରୋ: ଭାରତ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ ମ୍ୟାଚର ଆଜି ଦ୍ୱତୀୟ ଦିନ । ଆଜିର ମ୍ୟାଚରେ ଭାରତ ଏକ ବଡ ସ୍କୋର କରିପାରିଛି । ଭାରତ ୩୯୬ ରନ କରି ଅଲଆଉଟ ହୋଇଯାଇଛି । ଭାରତ ପକ୍ଷରୁ ଯଶସ୍ୱୀ ଜୟସ୍ୱାଲ ଦମଦାର ୨୦୯ ରନ ହାସଲ କରିଛନ୍ତି । ଫଳରେ ଭାରତ ୩୯୬ ରନ କରି ଅଲଆଉଟ ହୋଇଯାଇଛି । ଏବେ ଇଂଲଣ୍ଡ ତାର ପ୍ରଥମ ଇଂନିସ ଆରମ୍ଭ କରିଛି ।

ଏହି ମ୍ୟାଚରେ ଭାରତ ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ଭାରତ ପକ୍ଷରୁ ଜୟସ୍ୱାଲ ଏକାକୀ ଲଢିଥିଲେ ବି ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ବଡ ସ୍କୋର କରିବାରେ ସଫଳ ହୋଇପାରିନଥିଲେ । ଭାରତ ପକ୍ଷରୁ ଜୟସ୍ୱାଲ ୨୯୦ ବଲ ଖେଳି ୨୦୯ ରନ କରିଥିଲେ ଯେଉଁଥିରେ ସେ ୭ ଛକା ଓ ୧୯ ଚୌକା ମାରିଥିଲେ । ସେହିପରି ଶୁଭମନ ଗିଲ ୩୪, ରଜତ ପଟ୍ଟିଦାର ୩୨ ଓ ଅକ୍ଷର ପଟେଲ ୨୭ ରନ କରିଥିଲେ ।