କନକ ବ୍ୟୁରୋ : ବ୍ରୋଞ୍ଜ ପାଇଁ ବ୍ରିଟେନ ସହ ଲଢ଼ୁଛି ଭାରତ ଅଲିମ୍ପିକ୍ସ ମହିଳା ହକିରେ କଡା ମୁକାବିଲା । ଦ୍ୱିତୀୟ କ୍ୱାର୍ଟର ସୁଦ୍ଧା ଭାରତ ୩-୨ରେ ଆଗୁଆ । ଗ୍ରେଟ୍ ବ୍ରିଟେନ୍ ଠାରୁ ଭାରତ ୩-୨ରେ ଆଗୁଆ । ତୃତୀୟ ବନ୍ଦନା କାଟାରିୟା ଗୋଲ୍ ଦେଲେ । ପ୍ରଥମ ଦୁଇଟି ଗୋଲ୍ ଗୁରଜିତ୍ କୌର ଦେଇଥିଲେ ।

Advertisment

ବ୍ରୋଞ୍ଜ ପଦକ ପାଇଁ ବ୍ରିଟେନ୍ ସହ ମୁକାବିଲା କରୁଛି ଭାରତୀୟ ମହିଳା ହକି ଦଳ । ସେମିଫାଇନାଲରେ ଆର୍ଜେଂଟିନା ଠାରୁ ହାରି ଯାଇଥିଲା ମହିଳା ଟିମ୍ । ସେମିଫାଇନାଲରେ ଆର୍ଜେଂଟିନା ବିପକ୍ଷରେ ଭାରତ ୧-୨ ଗୋଲରେ ମ୍ୟାଚ ହାରିବା ପରେ ତୃତୀୟ ସ୍ଥାନ ପାଇଁ ଏହି ଲଢେଇ କରୁଛି ।

କ୍ୱାର୍ଟର ଫାଇନାଲରେ ଅଷ୍ଟ୍ରେଲିଆ ଭଳି ଶକ୍ତିଶାଳୀ ଦଳକୁ ମାତ୍ ଦେଇଥିବାରୁ ମହିଳା ହକି ଦଳ ପଦକ ଜିତିବା ନେଇ ଭାରତୀୟ ହକି ପ୍ରେମୀଙ୍କ ଆଶା ବଢ଼ିଯାଇଛି । ଫଳରେ ଏହି ମ୍ୟାଚ ଉପରେ ସମସ୍ତଙ୍କ ନଜର ରହିଛି । ଯଦି ଭାରତ ଆଜିର ମ୍ୟାଚ ଜିତେ, ତେବେ ଅଲିମ୍ପିକ୍ସ ଇତିହାସରେ ପ୍ରଥମ ଥର ପାଇଁ ପଦକ ଜିତିବ ଭାରତୀୟ ମହିଳା ହକି ଦଳ । ପ୍ରଥମ ଥର ଭାରତୀୟ ମହିଳା ହକି ଦଳ ୧୯୮୦ ମସ୍କୋ ଅଲିମ୍ପିକ୍ସରେ ଭାଗ ନେଇଥିଲା । ଏହାପରେ ୨୦୧୬ ରିଓ ଅଲିମ୍ପିକ୍ସରେ ସାମିଲ ହୋଇଥିଲା ।