କନକ ବ୍ୟୁରୋ: ଆଜି ଭାରତ-ୱେଷ୍ଟଇଣ୍ଡିଜ ଦ୍ୱିତୀୟ ଦିନିକିଆ ମ୍ୟାଚ ଖେଳାଯାଉଛି । ଏହି ମ୍ୟାଚରେ ସୂର୍ଯ୍ୟ କୁମାର ଯାଦବଙ୍କ ଦମଦାର ପ୍ରଦର୍ଶନ ଦେଖିବାକୁ ମିଳିଛି । ସେ ଏହି ମ୍ୟାଚରେ ଅର୍ଦ୍ଧ ଶତକ ହାସଲ କରିଛନ୍ତି । ଫଳରେ ଭାରତ ୫୦ ଓଭରରେ ୯ ୱିକେଟ ହରାଇ ୨୩୭ ରନ କରିବାରେ ସକ୍ଷମ ହୋଇଛି । ଏବେ ୱେଷ୍ଟଇଣ୍ଡିଜ ଆଗରେ ୨୩୮ ରନ ଟାର୍ଗେଟ ରହିଛି । ୱେଷ୍ଟଇଣ୍ଡିଜକୁ ଜିତିବାକୁ ହେଲେ ଭାରତୀୟ ବୋଲରଙ୍କୁ ସାମ୍ନା କରିବାକୁ ହେବ ।

Advertisment