ରୋହିତଙ୍କ ଅର୍ଦ୍ଧଶତକ, ଶେଷ ଓଭରରେ ଦମ ଦେଖାଇଲେ ଦୀପକ: ନ୍ୟୁଜିଲାଣ୍ଡକୁ ୧୮୫ ରନ ଟାର୍ଗେଟ ଦେଲା ଭାରତ

139

କନକ ବ୍ୟୁରୋ: ଭାରତ-ନ୍ୟୁଜିଲାଣ୍ଡ ଶେଷ ଟି-୨୦ ମ୍ୟାଚରେ ଦମଦାର ଅର୍ଦ୍ଧଶତକ ହାସଲ କରିଛନ୍ତି ରୋହିତ ଶର୍ମା । ସେପଟେ ଶେଷ ଓଭରରେ ବିସ୍ଫୋରକ ବ୍ୟାଟିଂ କରି ଦଳୀୟ ସ୍କୋରକୁ ୧୮୪ରେ ପହଞ୍ଚାଇଥିଲେ ଦୀପକ ଚହର । ଏହାସହ ଏବେ ନ୍ୟୁଜିଲାଣ୍ଡ ଆଗରେ ୧୮୫ ରନର ବିଜୟ ଲକ୍ଷ୍ୟ ରହିଛି । ନ୍ୟୁଜିଲାଣ୍ଡକୁ ଏହି ମ୍ୟାଚ ଜିତିବାକୁ ହେଲେ ଭାରତୀୟ ବୋଲରଙ୍କୁ ସାମ୍ନା କରିବାକୁ ହେବ ।

ଏହି ମ୍ୟାଚରେ ଭାରତ ପ୍ରଥମେ ଟସ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ଫଳରେ ବୋଲିଂ କରିଥିଲା ନ୍ୟୁଜିଲାଣ୍ଡ । ଆରମ୍ଭରୁ ରୋହିତ ଓ ଇଶାନ କିଷାନ ବିସ୍ଫୋରକ ଆରମ୍ଭ କରିଥିଲେ । ୬ ଓଭରରେ ୭୦ ରନ କରିଥିଲେ । ହେଲେ ଗୋଟିଏ ଓଭରରେ ସାଣ୍ଟନର ଦୁଇଟି ୱିକେଟ ନେବା ପରେ ଧିମା ପଡିଯାଇଥିଲା ରନ । ଏହାପରେ ଶେଷ ଓଭରରେ ଦମଦାର ବ୍ୟାଟିଂ କରିଥିଲେ ଦୀପକ ଚହର । ଫଳରେ ଭାରତ ୨୦ ଓଭରରେ ୭ ୱିକେଟ ହରାଇ ୧୮୪ ରନ କରିବାରେ ସକ୍ଷମ ହୋଇଥିଲା ।