ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଟି-ଟ୍ୱେଣ୍ଟି । ୧୬୧ ରନ କଲା ଭାରତ । ଅଷ୍ଟ୍ରେଲିଆ ଆଗରେ ୧୬୨ ରନ ଟାର୍ଗେଟ

81

କନକ ବ୍ୟୁରୋ : ଆଜି ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଟି-ଟ୍ୱେଣ୍ଟି ମ୍ୟାଚ ଆରମ୍ଭ ହୋଇଛି । ଏଥିରେ ଭାରତ ପକ୍ଷରୁ କେଏଲ ରାହୁଲ ଦମଦାର ଅର୍ଦ୍ଧଶତକ ହାସଲ କରିଥିଲେ । ଫଳରେ ଦଳ ୧୬୧ ରନ କରିବାରେ ସକ୍ଷମ ହୋଇଛି । ଏହାସହ ଏବେ ଅଷ୍ଟ୍ରେଲିଆ ଆଗରେ ୧୬୨ ରନର ବିଜୟ ଲକ୍ଷ୍ୟ ରହିଛି । ଅଷ୍ଟ୍ରେଲିଆକୁ ଏହି ମ୍ୟାଚ ଜିତିବାକୁ ହେଲେ ବଡ ପାଳି ଖେଳିବାକୁ ହେବ ।

ଏହି ମ୍ୟାଚରେ ଅଷ୍ଟ୍ରେଲିଆ ପ୍ରଥମେ ଟସ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା । ଫଳରେ ପ୍ରଥମେ ବ୍ୟାଟିଂ ପାଇଁ ଆସିଥିଲା ଭାରତ । ଭାରତ ପକ୍ଷରୁ କେଏଲ ରାହୁଲ ୫୧, ରବିନ୍ଦ୍ର ଜାଡେଜା ୪୪ ଓ ସଞ୍ଜୁ ସାମସନ ୨୩ ରନ କରିଥିଲେ । ଫଳରେ ଦଳ ୨୦ ଓଭରରେ ୭ ୱିକେଟ ହରାଇ ୧୬୧ ରନ କରିଥିଲା