ପୁଣି ବ୍ୟାଟିଂରେ ଭାରତର ଖରାପ ପ୍ରଦର୍ଶନ: ୧୧୦ କଲା ଭାରତ, ନ୍ୟୁଜିଲାଣ୍ଡ ଆଗରେ ୧୧୧ ରନ ଟାର୍ଗେଟ 

91

କନକ ବ୍ୟୁରୋ: ଆଜି ପୁଣି ଲଗାତାର ଦ୍ୱିତୀୟ ମ୍ୟାଚରେ ଖରାପ ପ୍ରଦର୍ଶନ କରିଛି ଭାରତ । ଭାରତ ପକ୍ଷରୁ କୌଣସି ବି ବ୍ୟାଟ୍ସମ୍ୟାନ ସଫଳ ବ୍ୟାଟିଂ କରିପାରିନଥିଲେ । ଫଳରେ ଭାରତ ୨୦ ଓଭରରେ ୭ ୱିକେଟ ହରାଇ ମାତ୍ର ୧୧୦ ରନ କରିବାରେ ସଫଳ ହୋଇଛି । ଏବେ ନୁା୍ୟଜିଲାଣ୍ଡ ଆଗରେ ୧୧୧ ରନର ବିଜୟ ଲକ୍ଷ୍ୟ ରହିଛି । ନ୍ୟୁଜିଲାଣ୍ଡକୁ ଏହି ମ୍ୟାଚ ଜିତିବାକୁ ହେଲେ ଏବେ ଭାରତୀୟ ବୋଲରଙ୍କୁ ସାମ୍ନା କରିବାକୁ ହେବ ।