କନକ ବ୍ୟୁରୋ: ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ କେନ୍ଦ୍ରୀୟ ବଜେଟ୍ ଘୋଷଣା ହେବା ପରେ ଆକ୍ରମଣାତ୍ମକ ମୁଡକୁ ଆସିଛନ୍ତି ବିରୋଧୀ। ବଜେଟରେ ପାତରଅନ୍ତର ଅଭିଯୋଗ ଆଣି ଆଜି ସଂସଦରେ କଂଗ୍ରେସ, ଏନସିପି, ସମାଜବାଦି ପାର୍ଟି, ଟିଏମସି, ସିପିଆଇ, ଶିବସେନ(ୟୁବିଟି) ସମେତ ବିରୋଧୀ ଦଳଙ୍କ ସାଂସଦମାନେ ବୁଧବାର ସଂସଦ ଭବନ ପରିସରରେ ଜୋରଦାର ପ୍ରତିବାଦ କରିଛନ୍ତି। ବିଜେପିର ଦୁଇ ପ୍ରମୁଖ ସହଯୋଗୀ ନୀତୀଶ କୁମାର ଏବଂ ଚନ୍ଦ୍ରବାବୁ ନାଇଡୁଙ୍କ ରାଜ୍ୟ ବିହାର ଏବଂ ଆନ୍ଧ୍ରପ୍ରଦେଶକୁ ଅଧିକ ପାଣ୍ଠି ଦେବାକୁ ନେଇ ଆରମ୍ଭ ହୋଇଥିବା ବିବାଦ ବଢିବାରେ ଲାଗିଛି। ସବୁ ରାଜ୍ୟକୁ ସମାନ ଦୃଷ୍ଟିରେ ଦେଖିବାକୁ ଦାବି କରିଛି ଇଣ୍ଡି ମେଣ୍ଟ। ଅଧିକାଂଶ ରାଜ୍ୟ ସେମାନଙ୍କ ପ୍ରାପ୍ୟ ପାନାହାଁନ୍ତି, ତେଣୁ ନ୍ୟାୟ ପାଇଁ ଆନ୍ଦୋଳନକୁ ଓହ୍ଲାଇଥିବା କହିଛନ୍ତି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖର୍ଡଗେ।
ବଜେଟରେ ଅଣ-ବିଜେପି ଶାସିତ ରାଜ୍ୟକୁ ଅଣଦେଖା କରାଯାଇଥିବା ଅଭିଯୋଗ ଆଣିଛନ୍ତି ବିରୋଧୀ। ଏନଡିଏସ ସରକାରର ଅଭିମୁଖ୍ୟ ସମ୍ବିଧାନ ନିୟମର ଉଲଙ୍ଘନ କରୁଥିବା ଅଭିଯୋଗ ଆଣି ଆସନ୍ତା ଶନିବାର ହେବାକୁ ଥିବା ନୀତି ଆୟୋଗ ବୈଠକରେ ଯୋଗ ନଦେବାକୁ ନିଷ୍ପତି ନେଇଛି କଂଗ୍ରେସ ଓ ଡିଏମକେ। ରାଜ୍ୟର ଦାବିକୁ ଅଣଦେଖା କରାଯାଇଥିବା ଅଭିଯୋଗ ଆଣି ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ ବୈଠକ ଯୋଗନଦେବାକୁ ନିଷ୍ପତି ନେଇଛନ୍ତି। ଏଥିସହ ଅନ୍ୟ ଅଣ ବିଜେପି ମୁଖ୍ୟମନ୍ତ୍ରୀମାନଙ୍କୁ ମଧ୍ୟରୁ ଅଧିକାଂଶ ଏହି ବୈଠକରେ ସାମିଲ ହେବେ ନାହିଁ ବୋଲି ସୁଚନା ମିଳିଛି। ସେପଟେ ଆସନ୍ତା ୫ ବର୍ଷରେ ୪ କୋଟି ନିଯୁକ୍ତି ସୃଷ୍ଟି କରିବାକୁ ବଜେଟ୍ ପ୍ରସ୍ତୁତ କରାଯାଇଥିବା ଅର୍ଥମନ୍ତ୍ରୀ କହିଥିଲେ। ଯାହାକୁ ନେଇ ନେଇ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ। ଇଣ୍ଟର୍ଣ୍ଣସିପ ନିଯୁକ୍ତିରେ ଯୁବପିଢିଙ୍କ ଭବିଷ୍ୟତ ଗଢାଯାଇପାରିବନି କହିଛନ୍ତି ଅଖିଳେଶ ଯାଦବ।
ବିରୋଧୀଙ୍କ ଏଭଳି ପାତରଅନ୍ତର ଅଭିଯୋଗକୁ ପ୍ରତ୍ୟାଖାନ କରି ରଖି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ବଜେଟ ଅଭିଭାଷଣରେ ସବୁ ରାଜ୍ୟଙ୍କ ନାମ ନେବା ସମ୍ଭବ ନୁହେଁ। ବିରୋଧୀ ଲୋକଙ୍କୁ ଭ୍ରମିତ କରିବାକୁ ଚେଷ୍ଟା କରଥିବା କହିଛନ୍ତି ଅର୍ଥମନ୍ତ୍ରୀ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2024/07/rrrwwd.jpg)