କନକ ବ୍ୟୁରୋ : କେରଳ ୱାୟନାଡ ବିଭୀଷିକାକୁ ୫ ଦିନ ହେଲାଣି  । କିନ୍ତୁ ବୁଲିବାକୁ ଯାଇଥିବା  ବ୍ୟାସନଗରର ଡାକ୍ତର ସ୍ୱାଧୀନ ପଣ୍ଡାଙ୍କ ଏବେ ବି ପତ୍ତା ମିଳୁନାହିଁ ସ୍ୱାଧୀନଙ୍କ ସନ୍ଧାନ ପାଇଁ ତାଙ୍କ ଭଉଣୀ ଓ ଭାଇ ୱାୟନାଡ ଯାଇଛନ୍ତି ।  କିନ୍ତୁ ଏ ଯାଏଁ ତାଙ୍କର ପତ୍ତା ନମିଳିବାରୁ ପରିବାର ଲୋକଙ୍କ ଚିନ୍ତା ବଢିଯାଇଛି ।  ୨୬ ତାରିଖରେ ସ୍ୱାଧୀନ  ସାଙ୍ଗଙ୍କ ସହ ବେଙ୍ଗାଲୁରୁ ଯାଇଥିଲେ ।  ଆଉ ବେଙ୍ଗାଲୁରରୁ ୱାୟନାଡ ଯାଇ ଏକ ହୋଟେଲରେ ରହିଥିଲେ । କିନ୍ତୁ ଭୂସ୍ଖଳନ ପରଠାରୁ ସେ ନିଖୋଜ ଅଛନ୍ତି ।

ସ୍ୱାଧୀନଙ୍କ ସହିତ ଯାଇଥିବା ତାଙ୍କ ବନ୍ଧୁ ସ୍ଵୀକୃତି  ମହାପାତ୍ର, ଡାକ୍ତର ଵିଷ୍ଣୁ ପ୍ରସାଦ ଚିନ୍ନାରା ଏବଂ ତାଙ୍କ ସ୍ତ୍ରୀ ପ୍ରିୟଦର୍ଶିନୀ ପାଲ  ଭାସି ଯାଇଥିଲେ ।  ସ୍ଵୀକୃତି ଓ ଡାକ୍ତର ଚିନାରା ଙ୍କ ପତ୍ନୀ ପ୍ରିୟଦର୍ଶିନୀ ପାଲ ଗୁରୁତର ଅବସ୍ଥାରେ ଉଦ୍ଧାର ହୋଇଛନ୍ତି  । ଆଉ ଡାକ୍ତର ଚିନ୍ନାରା ଙ୍କ ମୃତ ଦେହ ମିଳିଛି । ସ୍ୱାଧୀନ ଙ୍କ ଭଉଣୀ କେରଳରେ ପହଞ୍ଚି ବିଭିନ୍ନ ସ୍ଥାନରେ ଚିକିତ୍ସିତ ହେଉଥିବା ଗୁରୁତର ଏବଂ ଶବ ସଂରକ୍ଷିତ ସ୍ଥାନରେ ଖୋଜା ଖୋଜି କରିଥିଲେ ସ୍ୱାଧୀନଙ୍କ କୌଣସି ପତ୍ତା ମିଳିପାରିନି । ସ୍ୱାଧୀନ ପଣ୍ଡା କଟକ ବଡ ମେଡିକାଲରେ ଡାକ୍ତର ଅଛନ୍ତି । ୱାୟନାଡରେ ଏବେ ବି ଉଦ୍ଧାର କାମ ଜୋରସୋରରେ ଚାଲିଛି । ତେଣୁ ପରିବାର ଲୋକେ ଆଶା ରଖିଛନ୍ତି ସ୍ୱାଧୀନଙ୍କ ସନ୍ଧାନ ମିଳିବ