ଟିକେଟ ନ ପାଇ ସ୍ୱାଧୀନ ଲଢିଲେ, ଜିତିବା ପରେ ପୁଣି ବିଜେପିକୁ ଫେରିଲେ ହିମାଂଶୁ ଶେଖର ସାହୁ ।

5,969

କନକ ବ୍ୟୁରୋ : ଟିକେଟ ନ ପାଇ ସ୍ୱାଧୀନ ଲଢିଲେ । ଦଳ ନିଲମ୍ବନ କଲା । କିନ୍ତୁ ବିଜୟ ପରେ ପୁଣିଥରେ ଦଳକୁ ଫେରିଲେ ଧର୍ମଶାଳାରୁ ବିଜୟୀ ହୋଇଥିବା ସ୍ୱାଧୀନ ବିଧାୟକ ହିମାଂଶୁ ଶେଖର ସାହୁ । ବିଜେପି ରାଜ୍ୟ କାର୍ଯ୍ୟାଳୟରେ ପହଞ୍ଚି ବିଧିବଦ୍ଧ ଭାବେ ଦଳରେ ସାମିଲ ହୋଇଛନ୍ତି ହିମାଂଶୁ ।

ଗତକାଲି ହିମାଂଶୁ ବିଜୟୀ ହେବା ପରେ ରାଜ୍ୟ କାର୍ଯ୍ୟାଳୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟିଥିଲେ । ନିର୍ବାଚନର କିଛି ମାସ ପୂର୍ବରୁ ବିଜେପିରେ ସାମିଲ ହୋଇଥିଲେ ହିମାଂଶୁ । କିନ୍ତୁ ଦଳରେ ତାଙ୍କୁ ଟିକେଟ ନ ମିଳିବାରୁ ସ୍ୱାଧୀନ ଭାବେ ଲଢିଥିଲେ । ଦଳର ନିଷ୍ପତ୍ତି ବିରୋଧରେ ଯାଇ ନିର୍ବାଚନ ଲଢିଥିବାରୁ ବିଜେପିରୁ ନିଲମ୍ବନ ହୋଇଥିଲେ । ତେବେ ସ୍ୱାଧୀନ ଭାବେ ଲଢିଥିଲେ ମଧ୍ୟ ବିଜେଡିର ହେଭିୱେଟ ନେତା ପ୍ରଣବ ବଳବନ୍ତରାୟଙ୍କୁ ୪୧୫୦ ଭୋଟରେ ମାତ୍ ଦେଇଥିଲେ ହିମାଂଶୁ । ବିଜେପିରେ ସାମିଲ ହେବା ପରେ ଦଳ ଭିତରେ ରହି କାମ କରିବେ ବୋଲି କହିଛନ୍ତି ହିମାଂଶୁ ଶେଖର ସାହୁ ।