କନକ ବ୍ୟୁରୋ : ନଦୀରେ ଫରଫର ଉଡିଲା ତ୍ରିରଙ୍ଗା । ଡଙ୍ଗାରେ ବସି ନିଆରା ଢଙ୍ଗରେ ତ୍ରିରଙ୍ଗା ଯାତ୍ରା ପାଳନ କରିଛନ୍ତି ସତ୍ୟବାଦୀ ବିଧାୟକ ଓମ ପ୍ରକାଶ ମିଶ୍ର । ୭୮ତମ ସ୍ବାଧୀନତା ଦିବସ ଅବସରରେ ଦୟା ନଦୀରେ ତ୍ରିରଙ୍ଗା ଯାତ୍ରା ଅନୁଷ୍ଠିତ ହୋଇଛି । କଣାସ ବ୍ଲକ ଦୋକନ୍ଦା ମେଳଣ ପଡ଼ିଆଠାରୁ ଚିପୁରିଙ୍ଗ ନଦୀ ଘାଟ ଯାଏ ୪ କିଲୋମିଟର ନଦୀରେ ତ୍ରିରଙ୍ଗା ଧରି ଯାତ୍ରା କରିଛନ୍ତି ବିଧାୟକ । ଏହି ଯାତ୍ରାରେ ପ୍ରାୟ ୨୦୦ ଲୋକ ସାମିଲ ହୋଇଛନ୍ତି ।
ତେବେ ଏହି କାର୍ଯ୍ୟକ୍ରମରେ ସମ୍ବାଦ ଗ୍ରୁପ ପକ୍ଷରୁ ପରିବେଶ ସୁରକ୍ଷା ପାଇଁ ଆରମ୍ଭ ହୋଇଥିବା ଅଭିଯାନକୁ ସ୍ବାଗତ କରିଛନ୍ତି ବିଧାୟକ । ଏଥିସହ ପ୍ରଧାନମନ୍ତ୍ରୀଙ୍କ ଆହ୍ବାନ କ୍ରମେ ପ୍ରତ୍ୟେକ ବ୍ୟକ୍ତିଙ୍କୁ ଗଛ ଲଗାଇବାକୁ ସେ ଆହ୍ବାନ କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t084759337z-8e80dfc5-7f9d-489e-bfa6-474877a37c58-2025-12-17-14-17-59.jpg)
/kanak/media/post_attachments/wp-content/uploads/2024/08/Screen-Shot-2024-08-15-at-2.14.07-PM.png)