କନକ ବ୍ୟୁରୋ: ଏଥର ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ କାର୍ଯ୍ୟକ୍ରମ ଭୁବନେଶ୍ୱର ପ୍ରଦର୍ଶନୀ ପଡିଆରେ ଆୟୋଜିତ ହେବ । ମାତ୍ର ୧୦୦ ଅତିଥୀଙ୍କ ଭିତରେ ଏହି ଉତ୍ସବ ଅନୁଷ୍ଠିତ ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜାତୀୟ ପତାକା ଉତୋଳନ କରିବେ । ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସରେ ମାତ୍ର ୩ ପ୍ଲାଟୁନ ଫୋର୍ସ ଓଡ୍ରାଫ, ଓଏସଏପିର ସପ୍ତମ ବାଟାଲିୟନ ଏବଂ ଏଏସବି ବାଟାଲିୟନ ସାମିଲ ହେବେ । ସମସ୍ତେ ସାମାଜିକ ଦୂରତା ନିୟମକୁ କଡାକଡି ପାଳନ କରିବେ ।
ଏପଟେ, ଆଜି ପାଳନ ହେଉଛି ୭୪ ତମ ସ୍ୱାଧାନତା ଦିବସ । ଆଜି ଲାଲକିଲ୍ଲାରେ ଆୟୋଜନ ହେଉଥିବା ଜାତୀୟ ସ୍ତରର ସ୍ୱାଧୀନତା ଦିବସ ଉତ୍ସବରେ ଜାତୀୟ ସଂଗୀତ ଗାନ ସହ ୨୧ ତୋପ ସଲାମୀ ମଧ୍ୟରେ ଜାତୀୟ ପତାକା ଉତୋଳନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହାପରେ ସେ ଦେଶବାସୀଙ୍କୁ ସମ୍ବୋଧିତ କରିବେ । ମିଳିଥିବା ସୂଚନା ଅନୁସାରେ ସକାଳ ୭ଟା ମୋଦି ରାଜଘାଟରେ ପହଂଚିବେ । ୭ଟା ୧୮ରେ ଦିଲ୍ଲୀ ଲାହୋର ଗେଟରେ ପହଂଚିବେ । ସେଠାରେ ପ୍ରତିରକ୍ଷା ମନ୍ତ୍ରୀ ଓ ସଚିବ ତାଙ୍କୁ ସ୍ୱାଗତ କରିବେ । ଏହାପରେ ପ୍ରଧାନମନ୍ତ୍ରୀଙ୍କୁ ଗାର୍ଡ ଅଫ ଅନର ପ୍ରଦାନ କରାଯିବ । ସକାଳ ପ୍ରାୟ ୭ଟା ୩୦ରେ ମୋଦି ଲାଲକିଲ୍ଲାରୁ ଜାତୀୟ ପତାକା ଉତ୍ତୋଳନ କରିବେ ।