ଜୟ ଜଗନ୍ନାଥ କଲେଜରେ ପାଳିତ ହୋଇଯାଇଛି ସ୍ୱାଧୀନତା ଦିବସ, ସ୍ୱାଧିନତା ସଂଗ୍ରାମୀଙ୍କ ବଳିଦାନକୁ ମନେପକାଇଲେ ଛାତ୍ରଛାତ୍ରୀ

ଜୟ ଜଗନ୍ନାଥ କଲେଜରେ ପାଳିତ ହୋଇଯାଇଛି ସ୍ୱାଧୀନତା ଦିବସ, ସ୍ୱାଧିନତା ସଂଗ୍ରାମୀଙ୍କ ବଳିଦାନକୁ ମନେପକାଇଲେ ଛାତ୍ରଛାତ୍ରୀ

କନକ ବ୍ୟୁରୋ: ଜୟ ଜଗନ୍ନାଥ ଡିଗ୍ରୀ କଲେଜରେ ୭୮ ତମ ସ୍ୱାଧିନତା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବେ କଲେଜର ନିର୍ଦ୍ଦେଶକ ପ୍ରଦୀପ କୁମାର ଏବଂ ଗଣେଶ ଚନ୍ଦ୍ର ସାହୁଙ୍କ ସମେତ ବିକ୍ରମ ଦେବ ମହାବିଦ୍ୟାଳୟର ସହକାରୀ ପ୍ରଧ୍ୟାପକ ଡ ମନୋରଞ୍ଜନ ପ୍ରଧାନ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଜାତୀୟ ପତକା ଉତ୍ତୋଳନ କରିଥିଲେ । ତାଙ୍କ ସ୍ୱଳ୍ପ ଅଭିଭାଷଣରେ ସ୍ୱାଧିନତା ପାଇଁ ଆମ ପୂର୍ବ ପୁରୁଷଙ୍କ ବଳିଦାନ ବିଷୟରେ ବୁଝାଇଥିଲେ। ମୋବାଇଲ ଆଜିର ଯୁବପିଢୀଙ୍କୁ କିପରି ଖରାପ ପ୍ରଭାବ ପକାଇଛି ଏବଂ ତାହାର ସଦୁପଯୋଗ ବିଷୟରେ କହିଥିଲେ। ଏହି କାର୍ୟ୍ୟକ୍ରମରେ ଛାତ୍ରଛାତ୍ରୀଙ୍କ ସମେତ ସମସ୍ତ କର୍ମଚାରୀ ଏବଂ ସ୍ଥାନୀୟ ଅଞ୍ଚଳର ବହୁ ବୁଦ୍ଧିଜୀବି ଯୋଗ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe