ଭାରତ ସ୍ୱାଧୀନତାର ୭୦ ବର୍ଷ ମଧ୍ୟରୁ ପ୍ରତିବର୍ଷର ସଂକ୍ଷିପ୍ତ ବିବରଣୀ ଦେଇ ସୂଚନା, ରୋଚକ ତଥ୍ୟ, ଚିତ୍ର ତଥା ବିସ୍ତୃତ ନକ୍ସା ଦ୍ୱାରା ସଜ୍ଜିତ ଏକ ପୁସ୍ତକ ଉପସ୍ଥାପନ କରାଯାଇଛି । ପଫିନ ବୁକ୍ସ ଦ୍ୱାରା ପ୍ରକାଶିତ ପୁସ୍ତକ ‘ଇଣ୍ଡିଆ ଏଟ୍ ୭୦ : ସ୍ନାପଶର୍ଟସ୍ ସିଂସ୍ ଇଣ୍ଡିପେଣ୍ଡେନ୍ସ’ ରେ ଦେଶର ବିସ୍ତୃତ ଏବଂ ସମୃଦ୍ଧ ସଂସ୍କୃତି, ବିବିଧତା ତଥା ବହୁତ ସାରା ଭାଷା, ପ୍ରମୁଖ ବ୍ୟକ୍ତି ତଥା ସମସ୍ତ କ୍ଷେତ୍ରରେ ହାସଲ କରାଯାଇଥିବା ଉପଲବ୍ଧ ବିଷୟରେ ଲେଖାଯାଇଛି ।
ରୋଶେନ ଦଲାଲ ଦ୍ୱାରା ଲେଖାହୋଇଥିବା ଏହି ପୁସ୍ତକରେ ବିଭାଜନ ଠାରୁ ଆରମ୍ଭ କରି ଚୀନ-ଭାରତ ଯୁଦ୍ଧ, ଜରୁରୀକାଳୀନ ପରିସ୍ଥିତି ଠାରୁ ଆରମ୍ଭ କରି ଏ ପି ଜେ ଅବଦୁଲ କଲାମଙ୍କ ରାଷ୍ଟ୍ରପତି କାର୍ଯ୍ୟକାଳ ପର୍ଯ୍ୟନ୍ତ, ଜନ ଲୋକପାଳ ବିଲ ଠାରୁ ଆରମ୍ଭ କରି ନିକଟରେ ହୋଇଥିବା ବିମୁଦ୍ରାକରଣ ପର୍ଯ୍ୟନ୍ତ ସମସ୍ତ ମହତ୍ୱପୂର୍ଣ୍ଣ ବିଷୟକୁ ସ୍ପର୍ଶ କରାଯାଇଛି । ରୋଶେନଙ୍କ କହିବାନୁସାରେ, ସେ ଯୁବପିଢ଼ିଙ୍କୁ ସ୍ୱାଧୀନତା ପରର ଭାରତର ସୂଚନା ଦେବା ପାଇଁ ଏକ ଲଘୁ ଏବଂ ସହଜରେ ପଢ଼ାଯାଇପାରୁଥିବା ଶୈଳୀରେ ପୁସ୍ତକ ଲେଖାଯାଇଛି ଓ ଏହା ଭାରତର ସଂସ୍କୃତି ଉପରେ କେନ୍ଦ୍ରିତ ହୋଇଛି ।
ସେ ଏହା ବି କହିଛନ୍ତି, “ ଭାରତରେ ଡିଜିଟାଲ ମିଡିଆ ଓ ନୂଆ ପ୍ରକାରର ସାହିତ୍ୟ, କଳା, ସଙ୍ଗୀତ, ନୃତ୍ୟ, ଖାଦ୍ୟପାନୀୟ ଓ ଅନ୍ୟାନ୍ୟ ବ୍ୟବହାର ସହିତ ଆମେ ଧୀରେ ଧୀରେ ଏକ ସାଂସ୍କୃତିକ କ୍ରାନ୍ତି ହେଉଥିବା ଦେଖିପାରିବା । ଆସନ୍ତା ବର୍ଷରେ ଭାରତର ରାଜନୀତିରେ ଅନେକ ଉନ୍ନତି ଓ ଅବନତି ଆସିପାରେ କିନ୍ତୁ ଭାରତର ବିବିଧ ସଂସ୍କୃତିକୁ ପଛକୁ ଚାହିଁ ଦେଖିବାର ଆବଶ୍ୟକତା ନାହିଁ, କାହିଁକିନା ତାହାର ପ୍ରଗତି ଜାରି ରହିବ । ”