ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ଆହ୍ୱାନ । ସ୍ୱାଧୀନତା ଦିବସରେ ପ୍ଲାଷ୍ଟିକ ପତାକାକୁ କର ବର୍ଜନ

90

ଆଉ ଦିନ କେଇଟା ପରେ ଦେଶବାସୀ ପାଳିବେ ୭୨ ତମ ସ୍ୱାଧୀନତା ଦିବସ । ଏନେଇ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପୁରୀ ବେଳାଭୂମିରେ ଦେଇଛନ୍ତି ସଚେତନତା ବାର୍ତ୍ତା । ପଦ୍ମଶ୍ରୀ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପ୍ଲାଷ୍ଟିକ ପ୍ରଦୂଷଣ ମୁକ୍ତ ଭାରତ ଗଢିବା ପାଇଁ ବାଲୁକାକଳା ଦ୍ୱାରା ବାର୍ତ୍ତା ଦେଇଛନ୍ତି । ବିଶ୍ୱରେ ପ୍ଲାଷ୍ଟିକ ପ୍ରଦୂଷଣ କରୁଥିବା ଦେଶମାନଙ୍କ ମଧ୍ୟରେ ଭାରତ ୧୨ତମ ସ୍ଥାନରେ ରହିଛି । ଯାହାକିକୁ ନେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଚିନ୍ତାରେ ପଡିଛନ୍ତି । କିଭଳି ଦେଶକୁ ପ୍ଲାଷ୍ଟିକ ଦାଉରୁ ରକ୍ଷା କରାଯାଇ ପାରିବ ସେନେଇ ଅନେକ ସଚେତନତା ଭିତ୍ତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି ।

ଏହାରି ମଧ୍ୟରେ ଦେଶବାସୀଙ୍କ ପାଇଁ ଏକ ସ୍ମରଣୀୟ ଦିନ ସ୍ୱାଧିନତା ଦିବସ ପରିପ୍ରେକ୍ଷିରେ ଭାରତକୁ ପ୍ଲାଷ୍ଟିକ ମୁକ୍ତ କରିବା ପାଇଁ ଏଭଳି ବାର୍ତ୍ତା ଦେଇଛନ୍ତି ବୋଲି କହିଛନ୍ତି ପଦ୍ମଶ୍ରୀ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ତେବେ ଏହି ୫୦ଫୁଟ ଲମ୍ବ ଏବଂ ୩୦ ଫୁଟ ଚଉଡା ଏହି ବାଲୁକାକଳାର ହ୍ୟାର୍ସଟାଗ୍ #BeatPlasticPollution ରହିଛି । ସୁଦର୍ଶନ ପଟ୍ଟନାୟକଙ୍କ କହିବା କଥା ଯେ, ପ୍ଲାଷ୍ଟିକ ପତାକାକୁ ବର୍ଜନ କରିବା ମୂଳ ଲକ୍ଷ୍ୟ ହେଉଛି ଏହି ବାଲୁକା କଳାର ପ୍ରଦର୍ଶନ ।

ତେବେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ଏହି ବାଲୁକା କଳା ବାର୍ତ୍ତା କେବଳ ଲୋକଙ୍କ ହିତ ପାଇଁ ନୁହେଁ ବରଂ ଏଥିରେ ପଶୁପକ୍ଷୀ ପ୍ରାଣୀଜଗତ ମଧ୍ୟ ଉପକୃତ ହେବେ । ରାଜ୍ୟ ଓ ଦେଶର ମେରାଇନ ଭେଳାଭୁମିରେ କଇଁଛ, ପେଙ୍ଗୁଇନ, କୁମ୍ଭୀର ଭଳି ଜୀବଜନ୍ତୁମାନେ ରହୁଛନ୍ତି । ତେଣୁ ସେମାନଙ୍କୁ ଏହି ପ୍ଲାଷ୍ଟିକ ଦାଉରୁ ରକ୍ଷା କରିବାରେ ସହାୟକ ହେବ । ସ୍ୱାଧିନତା ଦିବସକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ପୂର୍ବରୁ ପ୍ଲାଷ୍ଟିକ ବ୍ୟାନ୍ ନେଇ ଆଡଭାଇଜରୀ ଜାରି କରିଛନ୍ତି । ଯେଉଁଥିରେ ଦେଶବାସୀଙକ୍ୁ ପ୍ଲାଷ୍ଟିକରେ ତିଆରି ପାତାକାକୁ ବର୍ଜନ କରିବା ପାଇଁ ଆହ୍ୱାନ କରାଯାଇଛି । ଏହି ପରାମର୍ଶ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ଜାରି କରାଯାଇଛି ।