ସ୍ୱାଧିନତା ଦିବସ ଅବସରରେ ଶହ ଶହ ଲୋକ ଗ୍ରହଣ କରୁଛନ୍ତି ମା’ତୁଝେ ପ୍ରଣାମ୍ ଚ୍ୟାଲେଞ୍ଜ ! କ’ଣ ଏହି ଚ୍ୟାଲେଞ୍ଜ ଜାଣିଛନ୍ତି କି ?

100

ଜଣେ ଯେତେବି କଠୋର ହୃଦୟର ହୋଇଥାଉ ନା କାହିଁକି କିନ୍ତୁ ଦେଶ ଓ ଦେଶଭକ୍ତିର କଥା ଯେତେବେଳେ ଆସେ ଆଖିରେ ଉତ୍ସାହ ଏବଂ ଉଲ୍ଲାସର ଅଶ୍ରୁଧାରା ଦେଖିବାକୁ ମିଳେ । ତେବେ ସିନେମା ଜଗତରେ ଏଭଳି କିଛି ଦେଶାତ୍ମବୋଧକ ସଙ୍ଗୀତ ରହିଛି ଯାହାକୁ ଶୁଣିଲେ ଲୋକଙ୍କ ମନରେ ଆପେ ଭାରତ ମାତାର ସନ୍ତାନର ଗର୍ବ ଅନୁଭବ ହୁଏ । ବିଶିଷ୍ଟ କଣ୍ଠଶିଳ୍ପୀ ଲତା ମଙ୍ଗେସକରଙ୍କ କଣ୍ଠରେ ବୋଲାଯାଇଥିବା ଗୀତ “ଏ ମେରେ ବତନ କେ ଲୋଗା” ହେଉ କିମ୍ବା ଏ ଆର୍.ରେହମାନଙ୍କ “ବନ୍ଦେ ମାତରମ୍” ଗୀତ,ଶୁଣିବା ପରେ ଦେଶଭକ୍ତିର ଭାବନାରେ ଲୋମ ଟାଙ୍କୁରି ଉଠେ । ତେବେ ସ୍ୱାଧିନତା ଦିବସ ଅବସରରେ କିଛି ଲୋକ ଏଭଳି ଚିନ୍ତାଧାରାକୁ ନେଇ ଏକ ନିଆରା ଚ୍ୟାଲେଞ୍ଜ ଆରମ୍ଭ କରିଛନ୍ତି । ଏହି ଚ୍ୟାଲେଞ୍ଜରେ ଲୋକଙ୍କୁ ଦଳ ହୋଇ କିମ୍ବା ଏକାକୀ ଯେକୌଣସି ଦେଶାତ୍ମବୋଧକ ଗୀତ ଗାଇ ଭିଡିଓ କରି ସୋସିଆଲ୍ ମିଡିଆରେ ପୋଷ୍ଟ କରିବାକୁ ପଡିବ । ଭିଡିଓରେ #MaaTujhePranam ମଧ୍ୟ ଲେଖିବାକୁ ପଡିବ ।

୬ ଅଗଷ୍ଟରୁ ଆରମ୍ଭ ହୋଇଥିବା ଏହି ଚ୍ୟାଲେଞ୍ଜରେ ଲୋକ ବହୁଳ ପରିମାଣରେ ଭାଗ ନେଉଛନ୍ତି ଏବଂ ନିଜ ଭିଡିଓକୁ ଟ୍ୱିଟର,ଇନଷ୍ଟାଗ୍ରାମ୍ ଏବଂ ଫେସବୁକ୍ ଭଳି ସୋସିଆଲ୍ ସାଇଟରେ ପୋଷ୍ଟ କରୁଛନ୍ତି । ତେବେ ଲୋକଙ୍କ ମଧ୍ୟରେ ଏହି ଚ୍ୟାଲେଞ୍ଜ ପାଇଁ ଖୁବ୍ ଉତ୍ସାହ ଲାଗି ରହିଛି । କେବଳ ଏତିକି ନୁହଁ ଲୋକମାନେ ଏବେ ତ୍ରିରଙ୍ଗା ପତାକା ସହ ସେଲଫି ନେଇ ମଧ୍ୟ #SelfieWithTiranga ଟାଗ୍ ଲାଇନ୍ ଦେଇ ପୋଷ୍ଟ କରୁଛନ୍ତି । ତେବେ ଆପଣ ମଧ୍ୟ ଯଦି ଏଭଳି ଚ୍ୟାଲେଞ୍ଜ ଗ୍ରହଣ କରୁଛନ୍ତି ତେବେ ଏହାକୁ ଦୁନିଆ ସାମ୍ମାକୁ ଆଣିବାକୁ ଚେଷ୍ଟା କରନ୍ତୁ ଏହା କିକି ଚ୍ୟାଲେଞ୍ଜଠାରୁ ବିପଦପୂର୍ଣ୍ଣ ନୁହେଁ ।