ବସ୍ ଧର୍ମଘଟ ପ୍ରସଙ୍ଗ : ଘରୋଇ ବସ ମାଲିକ ସଂଘର ବୈଠକ ଶେଷ, ବାହାରି ପାରିଲାନି ନିଷ୍କର୍ସ

'ଲିଖିତ ପ୍ରତିଶ୍ରୁତି ଦେଲେ ଆନ୍ଦୋଳନରୁ ହଟିବୁ' : ବସ୍ ଧର୍ମଘଟକୁ ନେଇ ସମ୍ପାଦକ ଦେବେନ୍ଦ୍ର ସାହୁଙ୍କ ସୂଚନା

କନକ ବ୍ୟୁରୋ : ବସ ଧର୍ମଘଟ ପ୍ରସଙ୍ଗ । ବୈଠକ ସରିଲା , ଆସିଲାନି ନିଷ୍କର୍ସ । ଘରୋଇ ବସ ମାଲିକ ସଂଘର ବୈଠକ ଶେଷ ହୋଇଛି । ବୈଠକରେ କୌଣସି ନିଷ୍ପତ୍ତି ହୋଇପାରିନି ।ରାଜ୍ୟ ସରକାରଙ୍କ ସହ ବାରମ୍ବାର ଆଲୋଚନା ସତ୍ୱେ ସରକାର ପ୍ରତିଶ୍ରୁତି ପୂରଣ କରୁନଥିବାରୁ ସାରା ରାଜ୍ୟରେ ଘରୋଇ ବସ୍ ଚଳାଚଳ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି । ସଂଘ କହିଛି, ଯୋଜନା ନେଇ ସରକାର ଘରୋଇ ବସ ମାଲିକଙ୍କୁ ଯେଉଁ ପ୍ରତିଶ୍ରୁତି ଦେଇଥିଲେ ବି ତାକୁ ପାଳନ କରିନାହାନ୍ତି ।

ଲକ୍ଷ୍ମୀ ଯୋଜନାରେ ବସ ଚଳାଚଳ ଦର କମ ରହୁଛି । ସମାନ ସମୟରେ ଲକ୍ଷ୍ମୀ ଓ ଘରୋଇ ବସ ଚଳାଚଳ କରୁଛି । ବ୍ଲକ ମୁଖ୍ୟାଳୟରୁ ଜିଲ୍ଲା ମୁଖ୍ୟାଳୟକୁ ଲକ୍ଷ୍ମୀ ବସ ଗଡୁଛି । ଏହା ସରକାରଙ୍କ ପ୍ରତିଶ୍ରୁତିର ବିରୁଦ୍ଧାଚରଣ କରୁଛି ବୋଲି ସଂଘ କହିଛି । ଫଳରେ କାଲି ସକାଳଠୁ ରାଜ୍ୟରେ ଘରୋଇ ବସ ଗଡିବ ନାହିଁ ବୋଲି ସଂଘ ଘୋଷଣା କରିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe