କନକ ବ୍ୟୁରୋ : ଚୀନ ଖବରକାଗଜରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରଂଶସା । ଗ୍ଲୋବାଲ ଟାଇମ୍ସରେ ମୋଦୀଙ୍କ ନୀତିକୁ ପ୍ରଂଶସା କରିବା ସହ ବିଶ୍ୱ ଦରବାରରେ ଭାରତ ଶକ୍ତି ବଢ଼ୁଥିବା ଏକ ଆଲେଖ୍ୟ ପ୍ରକାଶ ପାଇଛି । ଭାରତର ବିକାଶ ଓ ପ୍ରଗତିି ପଛରେ ମୋଦୀଙ୍କ ବିଦେଶ ନୀତି, କୁଟନୀତି ସମ୍ପର୍କ, ନେତୃତ୍ୱ ଥିବା ଗ୍ଲୋବାଲ ଟାଇମ୍ସ ଆଲେଖ୍ୟରେ କୁହଯାଇଛି । ସାଂଘାଇର ଫୁଡନ ବିଶ୍ୱବିଦ୍ୟାଳୟର ସେଂଟର ଫର ସାଉଥ ଏସିଆନ ଷ୍ଟଡିଜର ନିର୍ଦ୍ଦେଶକ ଝାଂଗ ଜିୟାଡୋଙ୍ଗଙ୍କ ଦ୍ୱାରା ଲିଖିତ ଆଲେଖ୍ୟ ଗ୍ଲୋବାଲ ଟାଇମ୍ସରେ ପ୍ରକାଶ ପାଇଛି । ଯେଉଁଥିରେ ଭାରତର ଗତ ୪ବର୍ଷର ସଫଳତା ଓ ଉପଲବ୍ଧି କଥାକୁ ସ୍ଥାନ ଦିଆଯାଇଛି । ଭାରତ ଓ ମୋଦୀ ସରକାରଙ୍କ ପ୍ରଂଶସା କରାଯିବା ସହ ବର୍ତମାନ ଫୁଡନ କହିଛନ୍ତି ବିଗତ କିଛି ଦିନ ଭିତରେ ଭାରତ ଓ ଚୀନ କୁଟନୀତି ସର୍ମ୍ପକ ମଧ୍ୟରେ ସୁଧାର ଆସିଛି ।