ଚେନ୍ନାଇ ଏବଂ କୋଲକାତା ଭଳି ଇନ୍ଦୋରରେ ମଧ୍ୟ ଅଷ୍ଟ୍ରେଲିଆ ଧୂଳି ଚାଟିଛି। ପ୍ରତ୍ୟାବର୍ତନ ମ୍ୟାଚରେ ଆରୋନ ଫିଞ୍ଚଙ୍କ ଦମଦାର ଶତକ ସତ୍ତ୍ୱେ କୋହଲି ବାହିନୀର ଅଲରାଉଣ୍ଡ ଖେଳ ଆଗରେ କଙ୍ଗାରୁ ଦଳ ଏକପ୍ରକାର ଆତ୍ମସମର୍ପଣ କରିଥିଲା । ୫ ୱିକେଟରେ ଅଷ୍ଟ୍ରେଲିଆକୁ ପରାସ୍ତ କରି ସିରିଜ ଉପରେ କବ୍ଜା କରିଛି ଟିମ୍ ଇଣ୍ଡିଆ । ରୋହିତ ଶର୍ମାଙ୍କ ପରେ ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ମନିଷ ପାଣ୍ଡେ ଭାରତ ପାଇଁ ଆଣିଛନ୍ତି ଜବରଦସ୍ତ ବିଜୟ । ଆଉ ଏହା ସହିତ ଆଇସିସି ଦିନିକିଆ ମାନ୍ୟତାରେ ଶୀର୍ଷ ସ୍ଥାନରେ ପହଂଚିଛି ବିରାଟ୍ ବାହିନୀ ।

Advertisment

ind vs aus୨୯୪ ରନର ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ଟିମ୍ ଇଣ୍ଡିଆର ଜବରଦସ୍ତ ମୁଳଦୂଆ ପକାଇଥିଲେ ଦୁଇ ଓପନର ଆଜିଙ୍କ୍ୟ ରାହାଣେ ଏବଂ ରୋହିତ ଶର୍ମା । ପ୍ରଥମ ୱିକେଟ୍ ଯୋଡ଼ିରେ ଭାରତ ପାଇଁ ଯୋଡ଼ି ଥିଲେ ୧୩୯ ରନ୍ । ପରେ ପରେ କ୍ୟାପଟେନ୍ କୋହଲି ଏବଂ କେଦାର ଯାଦବଙ୍କ ୱିକେଟ୍ ସଅଳ ପଡ଼ିଲା । ଆଉ ତା ପରେ ଆରମ୍ଭ ହୋଇଥିଲା ପାଣ୍ଡେ ଏବଂ ପାଣ୍ଡ୍ୟାଙ୍କ ଆକ୍ରମଣ । ଉଭୟ ପଟରୁ ବର୍ଷା ହୋଇଥିଲା ଛକ୍କା ଏବଂ ଚୌକା । ହାର୍ଦ୍ଦିକ ପାଣ୍ଡ୍ୟା ଧୁଆଁଧାର ୭୮ ରନ୍ କରିଥିବା ବେଳେ ୩୬ ରନର ଅପରାଜିତ ଇନିଂସ ଖେଳ ଭାରତୀୟ ଦଳକୁ ବିଜୟୀ କରି ପ୍ୟାଭିଲିୟନ୍ ଫେରିଥିଲେ ।

pandyaଗତକାଲିର ମ୍ୟାଚରେ ପ୍ରଥମ ବ୍ୟାଟିଂ କରିଥିବା କଙ୍ଗାରୁ ଦଳ ଜବରଦସ୍ତ ଇଂନିସ ଆରମ୍ଭ କରିଥିଲା । ଆରୋନ ଫିଞ୍ଚ ଓ ଅଧିନାୟକ ଷ୍ଟିଭେନ ସ୍ମିଥଙ୍କ ଆକର୍ଷଣୀୟ ବ୍ୟାଟିଂ ବଳରେ ବଡ ସ୍କୋର ଆଡକୁ ଅଗ୍ରସର ହେଉଥିଲା ଅଷ୍ଟ୍ରେଲିଆ । ତେବେ ଭାରତର ବୋଲିଂ ବାହାନୀ ଆଗରେ ଏକରକମ ଆତ୍ମସମର୍ପଣ କରିଥିଲା କଙ୍ଗାରୁ ଦଳ । ୬ ୱିକେଟ ବିନିମୟରେ ମାତ୍ର ୨୯୩ ରନ୍ ହିଁ କରିପାରିଥିଲା । ଏବଂ ୨୯୪ ରନର ବିଜୟଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଥିବା ଭାରତୀୟ ଟିମ୍ ଏହାକୁ ବେଶ ସହଜରେ ହାସଲ କରି ନେଇଥିଲା । ଏହାସହ ୫ ଟିକିଆ ଦିନିକିଆ ସିରିଜର ପ୍ରଥମ ୩ଟି ମ୍ୟାଚ ଜିତି ଭାରତ ଏହି ସିରଜକୁ ନିଜ କବଜାକୁ ନେଇଛି । ଏହାସହ ଅଲରାଉଣ୍ଡ ପ୍ରଦର୍ଶନ ପାଇଁ ପାଣ୍ଡ୍ୟାଙ୍କୁ ମ୍ୟାନ୍ ଅଫ ଦି ମ୍ୟାଚ ଘୋଷଣା କରାଯାଇଥିଲା ।

ରବିବାରର ବିଜୟ ପରେ ଭାରତୀୟ କ୍ରିକେଟ୍ ଦଳ ଗୋଟିଏ ଗୁଳିରେ ଦୁଇଟି ଶିକାର କରିଥିଲା। ଶୃଙ୍ଖଳା ବିଜୟ ସହ ଦକ୍ଷିଣ ଆଫ୍ରିକାକୁ ହଟାଇ ଆଇସିସି ଦିନିକିଆ ମାନ୍ୟତାର ପ୍ରଥମ ସ୍ଥାନକୁ ଉନ୍ନୀତ ହୋଇଥିଲା। ଭାରତ ମଧ୍ୟ ଲଗାତାର ଷଷ୍ଠ ଶୃଙ୍ଖଳା ବିଜୟ ହାସଲ କରିଥିଲା। ସେହିଭଳି ଭାରତକୁ ଲଗାତାର ୯ ଦିନିକିଆରେ ଜିତାଇ ଅଧିନାୟକ ବିରାଟ କୋହଲି ବ୍ୟକ୍ତିଗତ ଭାବେ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ କୀର୍ତ୍ତିମାନ ସହ ସମକକ୍ଷ ହୋଇଥିଲେ।