କନକ ବ୍ୟୁରୋ : ଅଧିନାୟକ ହରମନପ୍ରୀତ୍ କୌରଙ୍କ ଅର୍ଦ୍ଧଶତକ ସତ୍ୱେ ମାତ୍ର ୯ ରନରେ ଫାଇନାଲ ମ୍ୟାଚ ହାରିଲା ଭାରତୀୟ ମହିଳା କିକ୍ରେଟ ଟିମ୍ । ଫାଇନାଲ ମ୍ୟାଚ ଜିତି ରାଜ୍ୟ ଗୋଷ୍ଠୀ କ୍ରୀଡାରେ ଅଷ୍ଟ୍ରେଲିଆ ପ୍ରଥମ ଦଳ ଭାବେ ମହିଳା କ୍ରିକେଟରେ ସ୍ୱର୍ଣ୍ଣ ପଦକ ହାସଲ କରିଛି । କଡା ମୁକାବିଲା ସତ୍ୱେ ମ୍ୟାଚ ହାରିଥିବା ଟିମ୍ ଇଣ୍ଡିଆକୁ ରୌପ୍ୟ ପଦକରେ ସନ୍ତୁଷ୍ଟ ହେବାକୁ ପଡିଛି ।

Advertisment

୧୬୨ ରନର ଟାର୍ଗେଟକୁ ପିଛା କରି ପଡିଆକୁ ଓହ୍ଲାଇଥିବା ଭାରତୀୟ ମହିଳା କିକେଟ ଦଳର ପ୍ରଥମ ଦୁଇଟି ୱକେଟ୍ ଜଲଦି ପଡିଯାଇଥିଲା । ପରେ କ୍ୟାପଟେନ୍ ହରମନପ୍ରୀତ୍ କୌର ଧୈର୍ଯ୍ୟର ସହ ବ୍ୟାଟିଂ କରି ୬୫ ରନ କରିଥିଲେ । ହେଲେ ଅନ୍ୟ କୌଣସି ବ୍ୟାଟରଙ୍କ ସହଯୋଗ ନ ମିଳିବାରୁ ଭାରତ ମ୍ୟାଚ ହାରିଯାଇଥିଲା । ୧୯ ଓଭର ୩ ଟି ବଲ ଖେଳି ଭାରତୀୟ ଦଳ ୧୫୨ ରନ କରି ଅଲଆଉଟ ହୋଇଯାଇଥିଲା । ଅଷ୍ଟ୍ରେଲିଆ ଦଳ ପ୍ରଥମେ ବ୍ୟାଟିଂ କରି ୮ ୱକେଟ୍ ବିନିମୟରେ ୧୬୧ ରନ କରିଥିଲା । ଦଳ ପକ୍ଷରୁ ମୋନି ୬୧ ରନର ଇନିସ୍ ଖେଳିଥିଲେ ।