ଆଜି ଭାରତ-ୱେଷ୍ଟଇଣ୍ଡିଜ୍ ଶେଷ ଦିନିକିଆ : ସିରିଜ୍ କ୍ଲିନ ସୁଇପ୍ ଲକ୍ଷ୍ୟରେ ରୋହିତ୍ ବାହିନୀ; ଚୂଡ଼ାନ୍ତ ଏକାଦଶରେ ସାମିଲ ହେବେ ଶିଖର ଧାୱନ୍

ଆଜି ଭାରତ-ୱେଷ୍ଟଇଣ୍ଡିଜ୍ ଶେଷ ଦିନିକିଆ : ସିରିଜ୍ କ୍ଲିନ ସୁଇପ୍ ଲକ୍ଷ୍ୟରେ ରୋହିତ୍ ବାହିନୀ; ଚୂଡ଼ାନ୍ତ ଏକାଦଶରେ ସାମିଲ ହେବେ ଶିଖର ଧାୱନ୍

କନକ ବ୍ୟୁରୋ : ଆଜି ଭାରତ-ୱେଷ୍ଟ ଇଣ୍ଡିଜ୍ ମଧ୍ୟରେ ଖେଳାଯିବ ତୃତୀୟ ତଥା ଶେଷ ଦିନିକିଆ । ପ୍ରଥମ ଦୁଇଟି ମ୍ୟାଚ୍ ଜିତିଥିବାରୁ ଭାରତ ପାଖରେ ସିରିଜ୍ କ୍ଲିନ୍ ସୁଇପର ସୁଯୋଗ ରହିଛି । ଆଗୁଆ ସିରିଜ୍ କବଜା କରି ସାରିଥିବାରୁ ଭାରତ ଚୂଡାନ୍ତ ଏକାଦଶରେ ପରିବର୍ତନ କରିପାରେ । ଦ୍ୱିତୀୟ ଦିନିକିଆରେ ଋଷଭ ପନ୍ତଙ୍କୁ ଓପନ କରାଯାଇଥିଲା ବେଳେ ଆଜି ମଧ୍ୟ କିଛି ଅଦଳବଦଳ କରାଯାଇପାରେ ।

କରୋନା ସଂକ୍ରମିତ ହୋଇ ପ୍ରଥମ ଦୁଇଟି ମ୍ୟାଚ୍ ଖେଳିନଥିବା ଶିଖର ଧାୱନ ଓ ଋତୁରାଜ ଗାଏକୱାଡ୍ ଫିଟ୍ ହୋଇଛନ୍ତି । ତେଣୁ ରୋହିତ ଶର୍ମା ଆଜି ନୂଆ ସାଥୀ ଓପନରଙ୍କ ସହ ପଡ଼ିଆକୁ ଓହ୍ଲାଇପାରନ୍ତି । ଅନ୍ୟପଟେ ସମ୍ମାନ ବଂଚାଇବା ପାଇଁ ପଡିଆକୁ ଓହ୍ଲାଇବ ୱେଷ୍ଟଇଣ୍ଡିଜ୍ ଦଳ । ଦଳ ଦୁଇଟି ଦିନିକିଆ ହାରିଥିଲେ ମଧ୍ୟ ପ୍ରଭାବୀ ପ୍ରଦର୍ଶନ କରିବାରେ ସଫଳ ହୋଇଛି । ଆଜି କିରନ ପୋଲାର୍ଡ ଚୂଡାନ୍ତ ଏକାଦଶକୁ ଫେରିପାରନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe