ଭାରତ ବିପକ୍ଷ ପ୍ରଥମ ଟି-୨୦ ଜିତିଲା ୱେଷ୍ଟଇଣ୍ଡିଜ୍ : ୪ ରନରେ ବିଜୟୀ ହେଲା ଘରୋଇ ଦଳ

299

କନକ ବ୍ୟୁରୋ : ଭାରତ ବିପକ୍ଷ ପ୍ରଥମ ଟି-୨୦ ଜିତିଲା ୱେଷ୍ଟଇଣ୍ଡିଜ୍ । ୪ ରନରେ ବିଜୟୀ ହେଲା ଘରୋଇ ଦଳ । ୧୪୯ ରନର ଜବାବରେ ୧୪୫ ରନ୍ରେ ସୀମିତ ରହିଗଲା ଟିମ୍ ଇଣ୍ଡିଆ। ପଦାର୍ପଣକାରୀ ତିଳକ ବର୍ମାଙ୍କ ଛଡ଼ା ଅନ୍ୟ କେହି ଭଲ ବ୍ୟାଟିଂ କରିପାରିନଥିଲେ । ଏଥି ସହିତ ୫ ମ୍ୟାଚ୍‌ ଶୃଙ୍ଖଳାରେ ଘରୋଇ ୱେଷ୍ଟଇଣ୍ଡିଜ୍‌ ୧-୦ରେ ଆଗୁଆ ହୋଇଛି ।

୧୫୦ ରନ୍‌କୁ ପିଛା କରି ଭାରତ ଦୁଇ ପ୍ରାରମ୍ଭିକ ବ୍ୟାଟର୍‌ ଶୁବମନ ଗିଲ୍‌  ଓ ଈଶାନ କିଶନଙ୍କୁ ସଅଳ ହରାଇଥିଲା। ସୂର୍ଯ୍ୟକୁମାର ବଲ୍ ପିଛା ରନ୍ କରି ୨୧ ରନ୍‌ରେ ଆଉଟ୍ ହୋଇଥିଲେ । ତିଳକ ବର୍ମାଙ୍କ ବିଦାୟ ପରେ ଅନ୍ୟ କୌଣସି ଖେଳାଳି କ୍ରିଜ୍‌ରେ ତିଷ୍ଠିନଥିଲେ। ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସହ ସଂଜୁ ସାମସନ୍‌ ନିରାଶ କରିବା ପରେ ଭାରତର ପରାଜୟ ନିଶ୍ଚିତ ହୋଇଥିଲା । ଜାସନ୍ ହୋଲ୍ଡର ସବୁଠାରୁ ମିତବ୍ୟୟୀ ବୋଲିଂ କରିବା ସହ ସୂର୍ଯ୍ୟକୁମାର ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ୱିକେଟ୍‌ ଦଖଲ କରିବା ନିର୍ଣ୍ଣାୟକ ହୋଇଥିଲା । ଭାରତୀୟ କ୍ରିକେଟ୍ ଦଳ ଗୁରୁବାରର ମ୍ୟାଚ୍‌ ସହ ଅନ୍ତର୍ଜାତୀୟ ଟ୍ବେଣ୍ଟି-୨୦ରେ ଦ୍ବିଶତକ ମ୍ୟାଚ୍‌ ଖେଳିବାର ଗୌରବ ଅର୍ଜନ କରିଛି ।