ଆଜି ଦ୍ୱିତୀୟ ଟି-୨୦ : ଗତକାଲି ମ୍ୟାଚ ସ୍ଥଗିତ ରଖି ଆଜି ଖେଳାଯିବା ପାଇଁ ହୋଇଥିଲା ନିଷ୍ପତ୍ତି

217

କନକ ବ୍ୟୁରୋ : କ୍ରୁନାଲ ପାଣ୍ଡ୍ୟା କରୋନା ଆକ୍ରାନ୍ତ ପରେ ସ୍ଥଗିତ ରହିଥିବା ଦ୍ୱିତୀୟ ଟି-୨୦ ଆଜି ଖେଳାଯିବ । ତାଙ୍କୁ ୭ ଦିନ ପାଇଁ ଏକାନ୍ତବାସରେ ରଖାଯାଇଛି । ଏଥି ସହିତ ଦଳର ୮ଜଣ ସଦସ୍ୟ ତାଙ୍କ ସଂସ୍ପର୍ଶରେ ଆସିଥିବା ମଧ୍ୟ ମେଡିକାଲ ଦଳ ଚିହ୍ନଟ କରିଥିଲା । ହେଲେ ସେମାନଙ୍କ ନମୁନା ନେଗେଟିଭ ଆସିଛି । କିନ୍ତୁ ଆସନ୍ତା ୩୦ ତାରିଖରେ କ୍ରୁନାଲ ଦଳ ସହ ଭାରତ ଫେରିବାର କୌଣସି ଅସୁବିଧା ହେବନି ବୋଲି ବିସିସିଆଇ ସଂପାଦକ ଜୟ ସାହା କହିଛନ୍ତି ।

ଗତକାଲି ମ୍ୟାଚ ଖେଳାଯିବା ପୂର୍ବରୁ ଖେଳାଳୀମାନଙ୍କ ଆଂଟିଜେନ ପରୀକ୍ଷା ହୋଇଥିଲା । ଏଥିରେ କ୍ରୁନାଲଙ୍କ ରିପୋର୍ଟ ପଜିଟିଭ ଆସିଥିଲା । ଆଜିର ମ୍ୟାଚ ଜିତି ଭାରତ ସିରିଜ କବଜା କରିବା ଲକ୍ଷ୍ୟରେ ରହିବ । ପ୍ରଥମ ମ୍ୟାଚ ଜିତିବାରୁ ଆଜିର ମ୍ୟାଚ ଜିତିବା ପାଇଁ ଚେଷ୍ଟା କରିବ ଟିମ୍ ଇଣ୍ଡିଆ । ସେପଟେ ଘରୋଇ ଶ୍ରୀଲଙ୍କା ଆଜିର ମ୍ୟାଚ ଜିତି ସିରିଜକୁ ପ୍ରତ୍ୟାବର୍ତନ କରିବାକୁ ଉଦ୍ୟମ କରିବ ।