କନକ ବ୍ୟୁରୋ : ବାରବାଟୀ ଟି-୨୦ ପାଇଁ ଟିକେଟ୍ କିଣିବାକୁ ନେଇ ଅପ୍ରିତିକର ପରିସ୍ଥିତି । କାଉଣ୍ଟର ଆଗରେ ପୋଲିସ ଓ ଲୋକଙ୍କ ମଧ୍ୟରେ ଠେଲାପେଲା । ମହିଳାଙ୍କ ପାଇଁ ଥିବା କାଉଣ୍ଟର ଆଗରେ ଟିକେଟ୍ ନେବା ପାଇଁ ଧସ୍ତାଧସ୍ତି ହୋଇଥିଲା । ସ୍ଥିତି ନିୟନ୍ତ୍ରଣ ପାଇଁ ପୋଲିସକୁ ନାକେଦମ ହେବାକୁ ପଡ଼ିଥିଲା ପୋଲିସ । ପରିସ୍ଥିତି ନିୟନ୍ତ୍ରଣକୁ ଆଣିବାକୁ ଶେଷରେ ପୋଲିସ ଲାଠି ମାଡ଼ କରଥିଲା । ଟିକେଟ୍ କିଣିବାକୁ ଏକାଠି ହୋଇଛନ୍ତି ହଜାର ହଜାର ଲୋକେ । ଲମ୍ବା ଧାଡିରେ ଛିଡ଼ା ହୋଇ କ୍ରିକେଟପ୍ରେମୀ ଟିକେଟ୍ କିଣିବାକୁ ଅପେକ୍ଷା କରିଛନ୍ତି ।

Advertisment

ଏହି ସମୟରେ ଟିକେଟ୍ ନେବା ପାଇଁ ଠେଲା ପେଲା ଦେଖିବାକୁ ମିଳିଛି । ହଜାର ହଜାର ଲୋକ ଟିକଟ୍ କାଉଣ୍ଟର ଆଡକୁ ମାଡି ଆସିଥିଲେ । ଭିଡକୁ ନିୟନ୍ତ୍ରଣ କରିବା ପାଇଁ ଉଦ୍ୟମ କରିଥିଲା ପୋଲିସ । ଠେଲା ପେଲା କରୁଥିବା ଲୋକଙ୍କୁ ପୋଲିସ ମାଡ ମାରଥିଲା । ଦର୍ଶକଙ୍କ ପାଇଁ କାଉଣ୍ଟରରେ ୧୨ ହଜାର ୯୩ଟି ଟିକେଟ୍ ବିକ୍ରି ହେବ । ଏଥିପାଇଁ ୩୦ରୁ ୪୦ ହଜାର ଲୋକ କାଉଂଟର ଆଗରେ ଏକାଠି ହୋଇଛନ୍ତି ।

କିଏ ଆଗ ଯାଇ ଟିକେଟ୍ ନେବ ସେଥିପାଇଁ କ୍ରୀଡାପ୍ରେମୀଙ୍କ ମଧ୍ୟରେ ପ୍ରତିଯୋଗିତା ଯୋଗୁ ଠେଲାପେଲା ପରିସ୍ଥିତି ସୃଷ୍ଟି ହୋଇଥିଲା । ୧୨ ହଜାର ୯୩ଟି ଟିକେଟ୍ରୁ ୧୩୬୨ଟି ଦାମୀ ଟିକେଟ୍ ରହିଥିବା ବେଳେ ୧୦ ହଜାର ୭୩୧ଟି ଗ୍ୟାଲେରୀ ଟିକେଟ୍ ବିକ୍ରି ହେବ । ଟିକେଟ୍ ବିକ୍ରି ପାଇଁ ୯ଟି କାଉଂଟର ଖୋଲାଯାଇଛି । ମହିଳାଙ୍କ ପାଇଁ ସ୍ୱତନ୍ତ୍ର ୨ଟି କାଉଣ୍ଟର ରହିଛି । ପୋଲିସ ପକ୍ଷରୁ କାଉଣ୍ଟର ଭିତରେ ଓ ବାହାରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି । କାଉଣ୍ଟର ଭିତର ଓ ବାହାର ସୁରକ୍ଷା ପାଇଁ ୧୨ ପ୍ଲାଟୁନ୍ ଫୋର୍ସ ମୁତୟନ ହୋଇଛନ୍ତି ।