କନକ ବ୍ୟୁରୋ: ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଚାଲିଛି ଭାରତ-ପାକିସ୍ତାନ ମ୍ୟାଚ୍ । ଯେଉଁଥିରେ ଟସ୍ ଜିତି ପ୍ରଥମେ ବୋଲିଂ କରୁଛି ଭାରତ । ତେବେ ଏହି ମ୍ୟାଚରେ ଟିମ୍ ଇଣ୍ଡିଆର ଷ୍ଟାର ବ୍ୟାଟ୍ସମ୍ୟାନ୍ ବିରାଟ କୋହଲି ପଡିଆ ମଝିରେ ଏକ ମସ୍ତବଡ ଭୁଲ କରିଥିବା ଦେଖିବାକୁ ମିଳିଛି । ପଡିଆ ମଝିରେ ଭୁଲ ଜର୍ସି ପିନ୍ଧି ଖେଳିବାକୁ ଓହ୍ଲାଇଥିଲେ କୋହଲି, ହେଲେ ଏହାପରେ ସେ ତୁରନ୍ତ ନିଜ ଭୁଲ ବୁଝିପାରି ଠିକ୍ ଜର୍ସି ପିନ୍ଧିଛନ୍ତି ।

Advertisment

ଅସଲ କଥା ହେଉଛି, ପ୍ରଥମେ କୋହଲି ଟିମ୍ ଇଣ୍ଡିଆର ଏମିତି ଏକ ଜର୍ସି ପିନ୍ଧିଥିଲେ, ଯେଉଁଥିରେ କାନ୍ଧ ପାଖରେ ତ୍ରିରଙ୍ଗା ରଙ୍ଗର ତିନୋଟି ଗାର ବଦଳରେ, ସାଧାରଣ ଧଳା ରଙ୍ଗର ତିନୋଟି ଗାର ରହିଥିଲା । ତେବେ ଏନେଇ ପ୍ରଥମେ କେହି ବି ଧ୍ୟାନ ଦେଇନଥିଲେ । ଏମିତି କି ରାଷ୍ଟ୍ରଗାନ ସମୟରେ ମଧ୍ୟ ଏହାକୁ କେହି ବି ନଜର କରିନଥିଲେ । ହେଲେ ଯେତେବେଳେ ମ୍ୟାଚ୍ ଆରମ୍ଭ ହେଲା ସେତେବେଳେ କୋହଲି ନିଜର ଭୁଲ ଜାଣିପାରିଥିଲେ । ଆଉ ଓଭର ଶେଷ ହେବା ପରେ ତୁରନ୍ତ ଯାଇ ଜର୍ସି ବଦଳାଇଥିଲେ ।

ସୂଚନାଯୋଗ୍ୟ ଯେ, ବିଶ୍ୱକପରେ ଆଜି ଭାରତ-ପାକିସ୍ତାନ ମୁହାଁମୁହିଁ ହେଉଛନ୍ତି । ଟସ୍ ଜିତି ପ୍ରଥମେ ବୋଲିଂ କରୁଛି ଭାରତ । ଆଉ ଆଜି ଚୂଡାନ୍ତ ଏକାଦଶରେ ସାମିଲ ହୋଇଛନ୍ତି ଶୁବମନ ଗିଲ୍ । ତେବେ ଦିନିକିଆ ବିଶ୍ୱକପରେ ୭ଥର ମୁହାଁମୁହିଁ ହୋଇ ସବୁଥର ବାଜି ମାରିନେଇଥିବା ଭାରତ ଆଜି ମଧ୍ୟ ମ୍ୟାଚ୍ ହାତେଇବା ପାଇଁ ଚେଷ୍ଟା କରିବ ।