କନକ ବ୍ୟୁରୋ : ଏସୀୟ ଚାମ୍ପିଅନ୍ସ ଟ୍ରଫି ହକିରୁ ବିଦା ହେଲା ପାକିସ୍ତାନ । ଆଉ ଏହି ବିଦାୟ ରାସ୍ତା ଦେଖାଇଛି ଭାରତ । ବୁଧବାର ଖେଳାଯାଇଥିବା ଶେଷ ଲିଗ୍ ମ୍ୟାଚରେ ପୂର୍ବରୁ ସେମିଫାଇନାଲ୍ ସ୍ଥାନ ନିଶ୍ଚିତ କରିଥିବା ଭାରତ ଘରୋଇ ପରିବେଶର ପୂରା ଫାଇଦା ଉଠାଇଛି । ଆଉ ୪-୦ ଗୋଲରେ ପାକିସ୍ତାନକୁ ମାତ୍ ଦେଇଛି । ଏହି ବିଜୟ ସହ ଭାରତ ଲିଗ୍ ପର୍ଯ୍ୟାୟରେ ଅପରାଜେୟ ରହିବା ସହ ଟେବୁଲର ଶୀର୍ଷ ସ୍ଥାନ ଦଖଲ କରିଛି ।

Advertisment

ଆସନ୍ତାକାଲି ଶୁକ୍ରବାର ସେମିଫାଇନାଲରେ ଭାରତ ଟେବୁଲର ଚତୁର୍ଥ ସ୍ଥାନରେ ଥିବା ଜାପାନକୁ ଭେଟିବ । ଅନ୍ୟ ଏକ ସେମିଫାଇନାଲରେ ଦ୍ୱିତୀୟ ସ୍ଥାନରେ ଥିବା ମାଲେସିଆ ଓ କୋରିଆ ମୁହାଁମୁହିଁ ହେବେ । ଜାପାନ, କୋରିଆ ଓ ପାକିସ୍ତାନ ସମାନ ୫ ପଏଣ୍ଟ ଲେଖାଏଁ ପାଇଥିଲେ ମଧ୍ୟ ଗୋଲ୍ ବ୍ୟବଧାନରେ ପାକିସ୍ତାନ ପଛରେ ପଡ଼ି ସେମିଫାଇନାଲ୍ ଦୌଡ଼ରୁ ବାଦ୍ ପଡ଼ିଥିଲା । କୋରିଆ ଓ ଜାପାନ ଯଥାକ୍ରମେ ତୃତୀୟ ଓ ଚତୁର୍ଥ ସ୍ଥାନ ସହ ସେମିଫାଇନାଲ୍ ସ୍ଥାନ ପକ୍କା କରିଥିଲେ । ଏବେ ପାକିସ୍ତାନ ପଂଚମ ସ୍ଥାନ ପାଇଁ ଚୀନ୍ ସହ ଲଢ଼େଇ କରିବ ।