କନକ ବ୍ୟୁରୋ : ଏସିଆ କପର ହାଇଭୋଲଟେଜ୍ ଭାରତ-ପାକିସ୍ତାନ ମ୍ୟାଚରେ ବାଧକ ସାଜିଛି ବର୍ଷା । ଟୁର୍ଣ୍ଣାମେଣ୍ଟରେ ଦ୍ୱିତୀୟ ଥର ପାଇଁ ଦୁଇ ଟିମ ମୁହାଁମୁହିଁ ହୋଇଥିଲେ । କିନ୍ତୁ ପ୍ରଥମ ମ୍ୟାଚ ଭଳି ଗତକାଲି ଖେଳାଯାଇଥିବା ମ୍ୟାଚ ବର୍ଷା ଯୋଗୁଁ ଅଧାରେ ଅଟକି ରହିଛି । ଆଜି ପୁଣି ଭାରତୀୟ ଦଳ ଗତକାଲିର ଅସମାପ୍ତ ଇନିଂସରୁ ଅର୍ଥାତ ଅଧା ପାଳିରୁ ଖେଳ ଆରମ୍ଭ କରିବ । କାଲି ଟସ ହାରି ଭାରତ ପ୍ରଥମେ ବ୍ୟାଟିଂ କରିଥିଲା ।

Advertisment

୨୪ ଦଶମିକ ୧ ଓଭରରେ ୨ ୱିକେଟ ହରାଇ ଭାରତ ୧୪୭ ରନ କରିଥିବା ବେଳେ କଲମ୍ବୋ ପ୍ରବଳ ବର୍ଷା ହେବାରୁ ଖେଳ ସ୍ଥଗିତ ରହିଥିଲା । ପରେ ଦୁଇ ଦଳର ଅଧିନାୟକଙ୍କ ସହ ଆଲୋଚନା କରି ରିଜର୍ଭ ଡେରେ ମ୍ୟାଚ କରିବାକୁ ନିଷ୍ପତ୍ତି ନେଇଥିଲେ ଅମ୍ପାୟାର । ଉଭୟ ଦଳକୁ ୫୦ ଓଭର ଖେଳ ଖେଳିବେ । କାଲି ରୋହିତ ଶର୍ମା ଓ ଶୁଭମନ ଗିଲଙ୍କ ଓପନିଂ ଯୋଡି ୧୨୧ ରନ କରିଥିଲେ । ଅଧିନାୟକ ରୋହିତ ଶର୍ମା ୪୯ ବଲରେ ୫୬ ରନ ଓ ଶୁଭମନ ଗିଲ୍ ୫୮ ରନ୍ କରି ଆଉଟ୍ ହୋଇଯାଇଥିଲେ । ବିରାଟ କୋହଲି ଓ କେଏଲ ରାହୁଲ ଅରାପଜିତ ରହିଛନ୍ତି । ଆଜି ଦୁଇ ୱିକେଟ ବିନିମୟରେ ୧୪୭ ରନରୁ ଖେଳ ଆରମ୍ଭ କରିବ ଭାରତ ।

ତେବେ ଆଜି ବି କଲମ୍ବୋରେ ବର୍ଷା ହେବା ସମ୍ଭାବନା ରହିଛି ବୋଲି ଅନ୍ତର୍ଜାତୀୟ ପାଣିପାଗ ସଂସ୍ଥା ଆକଳନ କରିଛନ୍ତି । ଆଉ ଆଜି ମ୍ୟାଚ ରଦ୍ଦ ହେଲେ ଦୁଇ ଦଳ ଗୋଟିଏ ଲେଖାଁଏ ପଏଣ୍ଟ ଭାଗ କରିବେ । ନିୟମଅନୁସାରେ, ଅନ୍ତର୍ଜାତୀୟ କ୍ରିକେଟ ମ୍ୟାଚର ଫଳାଫଳ ପାଇଁ ୨୦-୨୦ ଓଭର ଖେଳିବା ଜରୁରୀ । ଅର୍ଥାତ ରିଜର୍ଭ ଡେରେ ବର୍ଷା ହେଲେ ବି ଫଳାଫଳ ପାଇଁ ପାକିସ୍ତାନ ୨୦ ଓଭର ଖେଳିବା ପାଇଁ ଯଥାସାଧ୍ୟ ଉଦ୍ୟମ କରାଯିବ । ଏହାପରେ ଡକୱର୍ଥ ଲୁଇସ ନିୟମ ଆଧାରରେ ଫଳାଫଳ ଘୋଷଣା କରାଯିବ ବୋଲି ସୂଚନା ମିଳିଛି । ତେବେ ପାକିସ୍ତାନ ୨୦ ଓଭର ଖେଳିନପାରିଲେ ମ୍ୟାଚ ରଦ୍ଦ କରି ପଏଣ୍ଟ ଭାଗ କରାଯିବ ।