କନକ ବ୍ୟୁରୋ: ଭାରତ-ନ୍ୟୁଜିଲାଣ୍ଡ ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲରେ ବର୍ଷା ସାଜିଛି ବାଧକ । ଆଜି ଚତୁର୍ଥ ଦିନରେ ମଧ୍ୟ ବର୍ଷାର ପ୍ରଭାବ ଦେଖିବାକୁ ମିଳିଥିବାବେଳେ ଗୋଟିଏ ବି ବଲ୍ ଖେଳାଯାଇପାରିନାହିଁ । ଫଳରେ ଏହି ମ୍ୟାଚ୍ ଏବେ ଡ୍ର ହେବା ନେଇ ଅନେକ କ୍ରିକେଟ୍ ବିଶେଷଜ୍ଞ ଏବେ ଆଗୁଆ ଆକଳନ କରିବା ଆରମ୍ଭ କରିଛନ୍ତି ।
ଏଯାବତ ଏହି ମ୍ୟାଚରେ କେବଳ ୧୪୧.୧ ଓଭର ବୋଲିଂ ହୋଇଛି । ତେବେ ବର୍ଷା କାରଣରୁ ଆଜି ସମ୍ଭବ ହୋଇନି । ଆସନ୍ତାକାଲି ମ୍ୟାଚର ପଞ୍ଚମ ଦିନ ରହିଛି । ରିଜର୍ଭ ଡେରେ ମ୍ୟାଚ୍ ଖେଳାଗଲେ ମଧ୍ୟ ଏବେ ହାତରେ କେବଳ ୨ ଦିନ ବାକି ଅଛି । ଏହି ଦୁଇ ଦିନରେ ଯଦି କୌଣସି ଦଳ ଜିତାପଟ ହାସଲ କରେ ତେବେ ବିଶ୍ୱ ଟେଷ୍ଟ ଚାମ୍ପିୟନସିପର ୱିନର ଦେଖିବାକୁ ମିଳିବ । ଯଦି ଏହି ମ୍ୟାଚ୍ ଡ୍ର ହୁଏ ତେବେ ଭାରତ-ନ୍ୟୁଜିଲାଣ୍ଡ ଯୁଗ୍ମ ବିଜେତା ଘୋଷିତ ହେବେ ।
ସୂଚନାଯୋଗ୍ୟ ଯେ, ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ଭାରତ ୨୧୭ ରନରେ ଅଲଆଉଟ୍ ହୋଇଛି । ଜବାବରେ ନ୍ୟୁଜିଲାଣ୍ଡ ୪୯ ଓଭରରେ ଦୁଇ ୱିକେଟ୍ ହରାଇ ୧୦୧ ରନ୍ କରିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2021/06/ind-nz.jpg)