ପଦାର୍ପଣ ଟେଷ୍ଟରେ ଶତକ ହାସଲ କଲେ ଶ୍ରେୟସ ଆୟାର : ନ୍ୟୁଜିଲାଣ୍ଡ ବୋଲରଙ୍କ ଆଗରେ ସାଜିଲେ ପାଚେରୀ

ଡେବ୍ୟୁ ଟେଷ୍ଟରେ ଶତକ ଜମାଇବାରେ ୧୬ ତମ ଭାରତୀୟ

151

କନକ ବ୍ୟୁରୋ : ପଦାର୍ପଣ ମ୍ୟାଚରେ ଚମକିଲେ ଶ୍ରେୟସ । କ୍ୟାରିୟରର ପ୍ରଥମ ଟେଷ୍ଟରେ ଶତକ ହାସଲ କରିଛନ୍ତି ମଧ୍ୟମକ୍ରମ ବ୍ୟାଟ୍ସମ୍ୟାନ୍ ଶ୍ରେୟସ ଆୟର । ଗତକାଲି ୭୫ ରନ୍ କରି ଅପରାଜିତ ଥିବା ଶ୍ରେୟସ୍ ଆଜି କୌଣସି ତ୍ରୁଟି ନକରି ଶତକ ହାସଲ କରିଛନ୍ତି । ଅପରପାଶ୍ୱର୍ରେ ୱିକେଟ୍ ପଡ଼ିଚାଲିଥିବା ବେଳେ ନ୍ୟୁଜିଲାଣ୍ଡ ସାମ୍ନାରେ ପାଚେରୀ ପରି ଛିଡା ହୋଇଛନ୍ତି ଏହି ପ୍ରତିଭାବନ ଖେଳାଳି । ପୂର୍ବରୁ ୨୨ ଦିନିକିଆ ଓ ୩୨ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଥିବାର ଶ୍ରେୟସ୍ ଆୟର କାନପୁରର ଗ୍ରୀନ୍ ପାର୍କ ଷ୍ଟାଡିୟମରେ ଟେଷ୍ଟ ଡେବ୍ୟୁ କରିଥିଲେ ।

ଏହି ୨୬ ବର୍ଷୀୟ ମୁମ୍ବାଇ ବ୍ୟାଟ୍ସମ୍ୟାନ୍ ଦେଶର ୩୦୩ ତମ ଟେଷ୍ଟ ଖେଳାଳି ହୋଇଥିବା ବେଳେ ପଦାର୍ପଣ ଟେଷ୍ଟ ଶତକର କ୍ଲବରେ ନିଜ ନାଁ ସାମିଲ କରିଛନ୍ତି । ପୂର୍ବରୁ ଭାରତର ୧୫ ଜଣ ଖେଳାଳି ଟେଷ୍ଟ ପଦର୍ପଣରେ ଶତକ ହାସଲ କରିଥିଲେ । ଏହା ପୂର୍ବରୁ ଶେଷ ଥର ପାଇଁ ୨୦୧୮ରେ ଟେଷ୍ଟ ଡେବ୍ୟୁରେ ଶତକ ହାସଲ କରିଥିଲେ ପୃଥ୍ୱୀ ସ । ଶ୍ରେୟସଙ୍କ ଶତକ ସହ ଭାରତର ସ୍କୋର ୩ ଶହ ପାର କରିଛି ।