ବର୍ଷା ପାଇଁ ଅଧାରେ ଅଟକିଲା ମ୍ୟାଚ୍ । ଟିମ୍ ଇଣ୍ଡିଆର ଶାଣିତ ବୋଲିଂର ସାମ୍ନା କରିପାରିଲାନି କିୱି ଟିମ୍, ବଡ ସ୍କୋରରେ ଲାଗିଲା ବ୍ରେକ୍ ।

502

କନକ ବ୍ୟୁରୋ : ସେମିଫାଇନାଲରେ ବର୍ଷା ବାଧକ । ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ସେମିଫାଇନାଲ ମ୍ୟାଚରେ ବର୍ଷା ବାଧକ ସୃଷ୍ଟି କରିଛି । ମ୍ୟାଚ୍ ମଝିରେ ବର୍ଷା ହେବା କାରଣରୁ କିଛି ସମୟ ପାଇଁ ମ୍ୟାଚକୁ ସ୍ଥଗିତ ରଖାଯାଇଛି । ନ୍ୟୁଜିଲାଣ୍ଡ ଇନିଂସର ୪୬.୧ ଓଭରରେ ବର୍ଷା ହେବା କାରଣରୁ ମ୍ୟାଚକୁ ଅଧାରେ ଅଟକାଯାଇଛି ।

ବର୍ଷା ପାଇଁ ମ୍ୟାଚ୍ ଅଟକିଥିବା ବେଳେ ନ୍ୟୁଜିଲାଣ୍ଡ ୪୬.୧ ଓଭରରେ ୫ ୱିକେଟ ବିନିମୟରେ ୨୧୧ ରନ କରିବାକୁ ସକ୍ଷମ ହୋଇଛି । ନ୍ୟୁଜିଲାଣ୍ଡ ପକ୍ଷରୁ ରସ ଟେଲର ଓ ଟମ୍ ଲାଥାମ କ୍ରିଜରେ ରହିଛନ୍ତି । ରସ ଟେଲର ୬୭ ରନରେ ଖେଳୁ୍ଥିବା ବେଳେ ଲଥାମ ୩ ରନରେ ବ୍ୟାଟିଂ କରୁଛନ୍ତି ।
ଏହାପୂର୍ବରୁ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ନ୍ୟୁଜିଲାଣ୍ଡ ପ୍ରାରମ୍ଭିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ମାତ୍ର ୧ ରନରେ ଦଳ ଅଭିଜ୍ଞ ମାର୍ଟିନ ଗୁପଟିଲଙ୍କ ୱିକେଟ ହରାଇ ସଙ୍କଟରେ ପଡିଥିଲା । ତେବେ ଅଧିନାୟକ କେନ୍ ୱିଲୟମସନ ଦମଦାର ଅର୍ଦ୍ଧଶତକ ବଳରେ ପୁଣିଥରେ ମ୍ୟାଚକୁ ଫେରିଥିଲା କିୱି ଟିମ୍ । ତେବେ ଭାରତୀୟ ବୋଲର ମାପଚୁପ ବୋଲିଂ କରି ନ୍ୟୁଜିଲାଣ୍ଡ ରନ୍ ଗତିରେ ଅଙ୍କୁଶ ଲଗାଇବାରେ ସକ୍ଷମ ହୋଇଥିଲେ । ଭାରତ ପକ୍ଷରୁ ଭୁବନେଶ୍ୱର, ବୁମରାହ, ପାଣ୍ଡ୍ୟା, ଜାଡେଜା ଓ ଚହଲ ଗୋଟିଏ ଲେଖାଏଁ ୱିକେଟ ଅକ୍ତିଆର କରି ନ୍ୟୁଜିଲାଣ୍ଡର ବଡ ସ୍କୋରରେ ବ୍ରେକ୍ ଲଗାଇଛନ୍ତି ।