ପଡ଼ିଆରେ ସୁପର୍ ମ୍ୟାନ୍ ସାଜିଲେ କ୍ରିକେଟର୍ ରବିନ୍ଦ୍ର ଜାଡେଜା : ଚିତା ଭଳି ଉଚ୍ଚକୁ ଡେଇଁ ଧରିଲେ ୨୦୨୦ ର ବେଷ୍ଟ୍ କ୍ୟାଚ୍ , ଭିଡିଓ ହେଲା ଭାଇରାଲ୍ ।

10,797

ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଖ୍ରୀଷ୍ଟଚର୍ଚ୍ଚ ଷ୍ଟାଡିୟମରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟର ଦ୍ୱିତୀୟ ଦିନରେ ଭାରତୀୟ କ୍ରିକେଟ୍ ଦଳର ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ସୁପରମ୍ୟାନ୍ ପାଲଟି ଯାଇଛନ୍ତି । ଏହି ମ୍ୟାଚରେ ଯେତେବେଳେ ଭାରତୀୟ ଦଳ ୱିକେଟ୍ ପାଇନଥିଲେ, ଜାଡେଜା ଅର୍ଦ୍ଧ ସୁଯୋଗକୁ ୱିକେଟ୍ ରେ ପରିଣତ କରି ଭାରତକୁ ସଫଳତା ଆଣି ଦେଇଥିଲେ।

ନ୍ୟୁଜିିଲାଣ୍ଡ ବିପକ୍ଷରେ ୭୨ ତମ ଓଭର୍ ଖେଳୁଥିଲେ ମହମ୍ମଦ ସାମି । କିୱି ଟିମ୍ ର ବେଗନର୍ ଏବଂ ଜେମିସନ୍ ଲଗାତାର ରନ୍ ଉପରେ ରନ୍ କରି ଚାଲୁଥିଲେ । ଏହି ଓଭର୍ ର ଶେଷ ବଲରେ ବେଗନର୍ ଏକ ବଡ ସଟ୍ ମାରିବା ପାଇଁ ପ୍ରୟାସ କରିଥିଲେ ସୁଦ୍ଧା ତାଙ୍କ ଉଦ୍ୟମକୁ ଅସଫଳ କରିଥିଲେ କ୍ରିକେଟର୍ ରବିନ୍ଦ୍ର ଜାଡେଜା । ବହୁ ଉଚ୍ଚକୁ ଉଠି ସେ କ୍ୟାଚ୍ ଧରିବାରେ ସଫଳ ହୋଇଥିଲେ । ପ୍ରଥମେ କିୱି ଦଳ ୬୩/୦ ପୂର୍ବରୁ ଖେଳିବା ଆରମ୍ଭ କରିଥିଲା । ନ୍ୟୁଜିଲ୍ୟାଣ୍ଡର ପ୍ରଥମ ଇନିଂସ ୨୩୫ ରନ୍କୁ ହ୍ରାସ କରାଯାଇଥିଲା। ପ୍ରଥମ ଇନିଂସକୁ ଆଧାର କରି ଭାରତ ସାତ ରନ୍ ଅଗ୍ରଣୀ ହାସଲ କରିଥିଲା। ଦ୍ୱିତୀୟ ଦିନ ଜବରଦସ୍ତ ବୋଲିଂ କରି ଜାଡେଜା ଦୁଇଟି ୱିକେଟ୍ ନେଇଥିଲେ । ବର୍ତ୍ତମାନ ଜାଡେଜାଙ୍କ ଏହି କ୍ୟାଚ୍ କୁ ନେଇ ସୋସିଆଲ୍ ମିଡିଆରେ ଖୁବ୍ ଚର୍ଚ୍ଚା ହେଉଛି । କେହି କେହି ଏହାକୁ ୨୦୨୦ ର ବେଷ୍ଟ୍ କ୍ୟାଚ୍ କହୁଛନ୍ତି ତ ଆଉ କେହି ଖେଳାଳୀଙ୍କୁ ପକ୍ଷୀ ସହ ତୁଳନା କରୁଛନ୍ତି ।