କନକ ବ୍ୟୁରୋ: ଆଜି ଠାରୁ ଆରମ୍ଭ ହୋଇଛି ଭାରତ-ନ୍ୟୁଜିଲାଣ୍ଡ ଦିନିକିଆ ସିରିଜ । ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରଜର ପ୍ରଥମ ମ୍ୟାଚ ହାମିଲଟନର ସିଡେନ ପାର୍କରେ ଖେଳାଯାଉଛି । ଟସ୍ ଜିତି ନ୍ୟୁଜିଲାଣ୍ଡ ପ୍ରଥମେ ଭାରତକୁ ବ୍ୟାଟିଂ ଆମନ୍ତ୍ରଣ ଦେଇଛି । ଓପନିଂ ଯୋଡି ରୋହିତ ଶର୍ମା ଓ ଶିଖର ଧବନ ଦିନିକିଆ ସିରିଜରୁ ବାଦ୍ ପଡିବା ପରେ ତାଙ୍କ ସ୍ଥାନରେ ଦଳରେ ଭାରତ ନୂଆ ଯୋଡ଼ି ୨୦ ବର୍ଷୀୟ ପୃଥ୍ବୀ ସ’ ଓ ୨୮ ବର୍ଷୀୟ ମୟଙ୍କ ଅଗ୍ରୱାଲଙ୍କୁ ପାଳି ଆରମ୍ଭ କରିବାର ସୁଯୋଗ ମିଳିଛି । ରୋହିତଙ୍କ ସ୍ଥାନରେ ଦିନିକିଆ ଦଳରେ ସାମିଲ ହୋଇଥିବା ମୟଙ୍କ ୯ ଟେଷ୍ଟ୍ ଖେଳି ସାରିଛନ୍ତି। ହେଲେ ପ୍ରଥମ ଥର ପାଇଁ ଦିନିକିଆ ମ୍ୟାଚ୍ ଖେଳିବେ। ୨ ଟେଷ୍ଟ୍ ଖେଳିଥିବା ସ’ ମଧ୍ୟ ପଦାର୍ପଣ କରିବେ। ଭାରତ ପାଇଁ ଦୁଇ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ଏକାଠି ଅନ୍ତର୍ଜାତୀୟ ପଦାର୍ପଣ କରିବାର ଏହା ଚତୁର୍ଥ ଘଟଣା ହେବ।
ସେପଟେ ନ୍ୟୁଜିଲାଣ୍ଡ ଅଧିନାୟକ କେନ୍ ୱିଲିୟମସନ୍ ଭାରତ ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳାର ପ୍ରଥମ ଦୁଇ ମୁକାବିଲାରୁ ବାଦ୍ ପଡ଼ିଛନ୍ତି। ବାମ କାନ୍ଧରେ ଲାଗିଥିବା ଆଘାତରୁ ସଂପୂର୍ଣ୍ଣ ଆରୋଗ୍ୟ ଲାଭ କରି ନଥିବାରୁ ସେ ଏହି ଦୁଇ ମ୍ୟାଚ୍ ଖେଳି ପାରିବେ ନାହିଁ। ତାଙ୍କ ସ୍ଥାନରେ ନ୍ୟୁଜିଲାଣ୍ଡ ଯୁବ ତାରକା ମାର୍କ ଚପମ୍ୟାନଙ୍କୁ ଦଳରେ ସାମିଲ କରିଛି। ୨୫ ବର୍ଷୀୟ ଚପମ୍ୟାନ୍ ପୂର୍ବରୁ ହଂକଂ ଦଳରୁ ଖେଳୁଥିଲେ। ଏବେ ନ୍ୟୁଜିଲାଣ୍ଡରୁ ଖେଳିବାକୁ ଯାଉଛନ୍ତି। ଭାରତ ‘ଏ’ ବିପକ୍ଷ ଅଣଆନୁଷ୍ଠାନିକ ଟେଷ୍ଟରେ ସେ ଶତକ ହାସଲ କରି ଘରୋଇ ଚୟନକର୍ତାଙ୍କ ଧ୍ୟାନ ଆକର୍ଷଣ କରିଥିଲେ। ୱିଲିୟମସନ୍ ଭାରତ ବିପକ୍ଷ ତୃତୀୟ ଟ୍ବେଣ୍ଟି-୨୦ରେ ଆହତ ହେବା ସହ ଚତୁର୍ଥ ଓ ପଞ୍ଚମ ଟ୍ବେଣ୍ଟି-୨୦ରେ ଖେଳି ପାରି ନଥିଲେ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/02/ODI.jpg)
/kanak/media/post_attachments/wp-content/uploads/2020/02/4-1.png)