ଲିଡ୍ସ ଟେଷ୍ଟକୁ ନିଜ ନିୟନ୍ତ୍ରଣକୁ ନେଲା ଇଂଲଣ୍ଡ : ଭାରତ ଠାରୁ ୩୪୫ ରନରେ ଆଗୁଆ 

170

କନକ ବ୍ୟୁରୋ : ବ୍ୟାଟ୍ସମ୍ୟାନଙ୍କ ବିଫଳତା ପରେ ଭାରତୀୟ ବୋଲରଙ୍କୁ ମଧ୍ୟ ନୟାନ୍ତ ହେବାକୁ ପଡ଼ିଛି । ଲିଡ୍ସ ଟେଷ୍ଟକୁ ନିଜ ନିୟନ୍ତ୍ରଣକୁ ନେଇ ଇଂଲଣ୍ଡ  । ଦ୍ୱିତୀୟ ଦିନ ଖେଳ ଶେଷ ସୁଦ୍ଧା ରୁଟଙ୍କ ଲଗାତର ଶତକ ବଳରେ ଇଂଲଣ୍ଡ ୮ ୱିକେଟ୍ ହରାଇ ୪୨୩ ରନ୍ ସଂଗ୍ରହ କରିଛି  । ଫଳରେ ଘରୋଇ ଦଳ ଭାରତଠାରୁ ୩୪୫ ରନରେ ଆଗୁଆ ରହିଛି  । ଜୋ ରୁଟ୍ ୧୨୧ ରନର ଇଂନିଂସ ଖେଳିଥିଲେ  । ସେହିପରି ରୋରି ବର୍ଣ୍ଣସ୍ ୬୧ ଓ ହସିବ୍ ହମିଦ୍ ୬୮ ରନ୍ କରିଥିଲେ  । ଭାରତ ପକ୍ଷରୁ ମହମ୍ମଦ ସାମି ତିନିଟି, ଜାଡେଜା ଓ ସିରାଜ ୨ଟି ଲେଖାଏଁ ୱିକେଟ୍ ନେଇଛନ୍ତି  । ପ୍ରଥମ ଇଂନିଂସରେ ଭାରତ ମାତ୍ର ୭୮ ରନରେ ଅଲଆଉଟ୍ ହୋଇଯାଇଥିଲା  । ଭାରତର କୌଣସି ବି ଖେଳାଳି ୨୦ ରନ୍ ବି କରି ପାରିନଥିଲେ  ।

ଗୁରୁବାର ଇଂଲଣ୍ଡ ପୂର୍ବଦିନର ସ୍କୋର୍ ୧୨୦/୦ରୁ‌ ‌ଖେଳିଥିବା ବେଳେ ମହମ୍ମଦ ସାମି ଏବଂ ରବୀନ୍ଦ୍ର ଜାଦେଜା ପ୍ରଥମରୁ ଦୁଇଟି ୱିକେଟ୍‌ ଦେବାରୁ ଭାରତ ପ୍ରତ୍ୟାବର୍ତନର ସୁଯୋଗ ପାଇଥିଲା । ରୋରି ବର୍ଣ୍ଣସଙ୍କୁ ଶତକ ହାସଲ କରିବାରୁ ସୁଯୋଗ ନ ଦେଇ ବୋଲ୍ଠଡ କରି ଦେଇଥିଲେ ସାମି । ଦୃଢ଼ ଭାବେ ଖେଳୁଥିବା ଅନ୍ୟତମ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍‌ ହସିବ୍ ହମିଦଙ୍କୁ ଜାଦେଜା ପ୍ଲେଡ୍‌ ଅନ୍‌ ବୋଲ୍ଡ କରି ଦେଇଥିଲେ । ଭାରତକୁ କିନ୍ତୁ ପ୍ରତ୍ୟାବର୍ତନର ସୁଯୋଗ ଦେଇନଥିଲେ ଜୋ ରୁଟ୍‌ ଏବଂ ଦାୱିଦ ମଲାନ। ତୃତୀୟ ୱିକେଟ୍ ପାଇଁ ୧୩୯ ରନ୍‌ ଯୋଡ଼ି ଭାରତୀୟ ବୋଲରଙ୍କୁ ମଝି ଅଧିବେଶନରେ ଏକ ପ୍ରକାର ୱିକେଟଶୂନ୍ୟ ରଖିଥିଲେ । ମଲାନଙ୍କୁ ସିରାଜ ଚା’ପାନ ବିରତି ପୂର୍ବର ଶେଷ ବଲ୍‌ରେ କଟ୍ ବିହାଇଣ୍ଡ କରାଇଥିଲେ । ତା’ ପୁଣି ସିରାଜ ବ୍ୟକ୍ତିଗତ ଭାବେ କୋହଲିଙ୍କୁ ପ୍ରବର୍ତାଇବା ପରେ ରିଭ୍ୟୁ ଜରିଆରେ ମିଳିଥିଲା ।