ଭାରତୀୟ ଟିମକୁ ଝଟକା । ରୋହିତ ଶର୍ମାଙ୍କ ଫିଟନେସକୁ ନେଇ ଆସିଲା ବଡ ଖବର । ଟୁଇଟ୍ କରି ବଡ ସୂଚନା ଦେଲା ବିସିସିଆଇ ।

3,129

କନକ ବ୍ୟୁରୋ: ଧର୍ମଶାଳାରେ ଜାରି ରହିଛି ଭାରତ-ଇଂଲଣ୍ଡ ଶେଷ ଟେଷ୍ଟ । ଏହି ମ୍ୟାଚରେ ଭାରତ ପ୍ରଥମ ଇଂନିସରେ ଦମଦାର ବ୍ୟାଟିଂ କରିବା ପରେ, ଇଂଲଣ୍ଡ ଟିମକୁ ମଧ୍ୟ ଦ୍ୱିତୀୟ ଇଂନିସରେ ଝଟକା ଦେଇଛି । ହେଲେ ଏହାରି ଭିତରେ କିନ୍ତୁ ଟିମ୍ ଇଣ୍ଡିଆକୁ ଲାଗିଛି ବଡ ଝଟକା । ଦଳର କ୍ୟାପଟେନ୍ ରୋହିତ ଶର୍ମାଙ୍କ ଫିଟନେସକୁ ନେଇ ବିସିସିଆଇ ଟୁଇଟ୍ କରିବା ସହିତ ଏକ ବଡ ଅପଡେଟ୍ ସମ୍ପର୍କରେ ସୂଚନା ଦେଇଛି ।

ଟୁଇଟ୍ କରି ବିସିସିଆଇ କହିଛି ଯେ, ଦଳର କ୍ୟାପଟେନ୍ ରୋହିତ ଶର୍ମା ତୃତୀୟ ଦିନ ଫିଲ୍ଡିଂ କରିବାକୁ ପଡିଆକୁ ଓହ୍ଲାଇବେନି । ସେ ଶତ ପ୍ରତିଶତ ଫିଟ୍ ନଥିବାରୁ ପଡିଆରେ ଫିଲ୍ଡିଂ କରିବେନି ବୋଲି ବିସିସିଆଇ ସୂଚନା ଦେଇଛି । ତେବେ ଇଂଲଣ୍ଡ ଟିମ୍ ଦ୍ୱିତୀୟ ଇଂନିସରେ ବ୍ୟାଟିଂ କରିବାକୁ ପଡିଆକୁ ଓହ୍ଲାଇବା ବେଳେ ଫିଲ୍ଡିଂ କରିନଥିଲେ ରୋହିତ । ଆଉ ଏହାପରେ ତାଙ୍କ ଫିଟନେସକୁ ନେଇ ଏଭଳି ସୂଚନା ଦିଆଯାଇଛି ।

ସୂଚନାଯୋଗ୍ୟ ଯେ, ଭାରତ ଧର୍ମଶାଳା ଟେଷ୍ଟ ପୂର୍ବରୁ ହିଁ ସିରିଜକୁ କବଜା କରିସାରିଛି । ଧର୍ମଶାଳା ଟେଷ୍ଟ ଜିତିଲେ ଭାରତ ସିରିଜକୁ ୪-୧ରେ ଜିତିବ । ଧର୍ମଶାଳା ଟେଷ୍ଟର ପ୍ରଥମ ଇଂନିସରେ ଇଂଲଣ୍ଡ ୨୧୮ ରନ୍ କରିଥିବାବେଳେ, ଭାରତ ପ୍ରଥମ ଇଂନିସରେ ୪୭୭ ରନ୍ କରିଛି ।