କନକ ବ୍ୟୁରୋ: ବର୍ମିଂହାମ ବଡମୁକାବିଲା ପାଇଁ ବଦଳିଲେ ଖେଳାଳି । ଇଂଲଣ୍ଡକୁ ପରାଜିତ କରିବାକୁ ଆଜିର ମ୍ୟାଚରେ ଗୋଟିଏ ପରିବର୍ତ୍ତନ କରିଛି ଟିମ୍ ଇଣ୍ଡିଆ । ପ୍ଲେଇଂ ଇଲେଭେନରେ ଋଷଭ ପନ୍ଥଙ୍କୁ ସାମିଲ କରାଯାଇଛି । ବିଜୟ ଶଙ୍କରଙ୍କ ସ୍ଥାନରେ ପନ୍ଥଙ୍କୁ ବଡ ମୁକାବିଲାରେ ସାମିଲ କରାଯାଇଛି ।

Advertisment

publive-image
ତେବେ ଭାରତ ପାଇଁ ଇଲଣ୍ଡ ବିପକ୍ଷ ମ୍ୟାଚ ଜିତିବା ନିହାତି ଜରୁରୀ କାରଣ ଇଂଲଣ୍ଡକୁ ହରାଇଲେ ଭାରତ ସିଧା ସେମିଫାଇନାଲରେ ପ୍ରବେଶ କରିବ । ବିଶ୍ୱକପରେ ଲଗାତାର ଅପରାଜେୟ ରହିଆସିଥିବା ବିରାଟ ବାହିନୀ ଏଥର ମ୍ୟାଚ ହାରିବାକୁ ଚାହୁଁନାହାନ୍ତି । ତେଣୁ ପଡିଆକୁ ପ୍ରବେଶ ଆଗରୁ ପୂର୍ବ ପ୍ରସ୍ତୁତି ଜୋରଦାର କରାଯାଇଛି । ଯେନେତେନେ ମ୍ୟାଚ ଜିତିବାକୁ ଥିବାରୁ ଦଳର ଦୁର୍ବଳ ଖେଳାଳିଙ୍କୁ ମଧ୍ୟ ପରିବର୍ତ୍ତନ କରାଯାଇଛି ଆଉ ଏହି ନୀତିରେ ବିଜୟ ଶଙ୍କରଙ୍କ ଜାଗାରେ ପନ୍ଥକୁ ସାମିଲ କରାଯାଇଛି ।

ବିଶ୍ୱକପରେ ବିଜୟଙ୍କ ପ୍ରଦର୍ଶନ ଟିକେ ଖରାପ ଥିବାରୁ ତାଙ୍କ ସ୍ଥାନରେ ଋଷଭଙ୍କୁ ପ୍ରବେଶ କରାଇଛନ୍ତି ବିରାଟ । ଶିଖର ଧୱନ ଆହତ କାରଣକୁ ବିଶ୍ୱକପରୁ ବାଦ ପଡିବା ପରେ ତାଙ୍କ ସ୍ଥାନରେ ପନ୍ଥଙ୍କ ପ୍ରବେଶ ହୋଇଥିଲା ଆଉ ତାଙ୍କୁ ଷ୍ଟାଣ୍ଡବାଏ ରଖା ଯାଇଥିଲା । ତେବେ ବିଶ୍ୱକପରୁ ଡେବ୍ୟୁ କରୁଥିବା ପନ୍ଥ ଆଜି ପଡିଆକୁ ଓହ୍ଲାଇଛନ୍ତି ।