କନକ ବ୍ୟୁରୋ : ଭାରତୀୟ ଟେଷ୍ଟ କ୍ରିକେଟ ଟିମର କ୍ୟାପଟେନ ଭାବେ ଚୟନ ହେବା ପରେ ଜସପିତ୍ ବୁମରା ଏକ ବିଶ୍ୱ ରେକର୍ଡର ଅଧିକାରୀ ହୋଇଛନ୍ତି । ଇଂଲଣ୍ଡ ମାଟିରେ ଇଂଲଣ୍ଡ ବିରୋଧରେ ଗୋଟିଏ ଓଭରରେ ୩୫ ରନ କରି ଟେଷ୍ଟ କ୍ରିକେଟର ଥିବା ସମସ୍ତ ପୂର୍ବ ରେକର୍ଡକୁ ଭାଙ୍ଗିଛନ୍ତି ଏହି ଭାରତୀୟ କ୍ରିକେଟର ।
କହିରଖୁ କି ଇଂଲଣ୍ଡ ବିରୋଧରେ ପଞ୍ଚମ ଟେଷ୍ଟରେ ଭାରତୀୟ ଦଳ ୪୧୬ ରନ କରି ଅଲ ଆଉଟ ହୋଇଛି । ଋଷଭ ପନ୍ତ ଓ ରବିନ୍ଦ୍ର ଜାଡେଜା ଏହି ଟେଷ୍ଟମ୍ୟାଚରେ ଶତକ ହାସଲ କରିଛନ୍ତି । ହେଲେ ଏହି ଟେଷ୍ଟମ୍ୟାଚରେ ନିଜ ବ୍ୟାଟର ଯାଦୁ ଦେଖାଇଛନ୍ତି କ୍ୟାପଟେନ ଜସପିତ ବୁମରା । ସେ ଇଂଲଣ୍ଡର ଦ୍ରୁତ ବୋଲର ସ୍ଟୁଅର୍ଟ ବ୍ରାଣ୍ଡଙ୍କର ଗୋଟିଏ ଓଭରରେ ୩୫ ରନ ପିଟିଛନ୍ତି । ଏହା ପୂର୍ବରୁ ୨୦୦୨ ମସିହାରେ ସାଉଥ୍ ଆଫ୍ରିକା ବିରୋଧରେ ବ୍ରାଏନ ଲାରା ଗୋଟିଏ ଓଭରରେ ୨୮ ରନ କରି ରେକର୍ଡ କରିଥିଲେ । ସେହିଭଳି ୨୦୧୩ ମସିହାରେ ଜର୍ଜ ବେଲି ବି ଜେମ୍ସ ଅଣ୍ଡରସନଙ୍କର ଗୋଟିଏ ଓଭରରୁ ୨୮ ରନ କରିବାକୁ ସକ୍ଷମ ହୋଇଥିଲେ । ଅନ୍ୟପଟେ ୨୦୧୮ ମସିହାରେ କେଶବ ମହାରାଜ ଜୁ ରୁଟଙ୍କ ଗୋଟିଏ ଓଭରରୁ ୨୮ ରନ ସ୍କୋର କରିପାରିଥିଲେ ।
BOOM BOOM BUMRAH IS ON FIRE WITH THE BAT 🔥🔥
3️⃣5️⃣ runs came from that Broad over 👉🏼 The most expensive over in the history of Test cricket 🤯
Tune in to Sony Six (ENG), Sony Ten 3 (HIN) & Sony Ten 4 (TAM/TEL) – https://t.co/tsfQJW6cGi#ENGvINDLIVEonSonySportsNetwork #ENGvIND pic.twitter.com/Hm1M2O8wM1
— Sony Sports Network (@SonySportsNetwk) July 2, 2022
ସୂଚନା ଥାଉକି ଟେଷ୍ଟ କ୍ରିକେଟ ଇତିହାସରେ ପ୍ରଥମ ଥର ପାଇଁ ଗୋଟିଏ ଓଭରରେ ୩୦ ରୁ ଅଧିକ ରନ ହୋଇପାରିଛି । ଏହାସହ ଏହି ରେକର୍ଡ ଭାରତୀୟ କ୍ରିକେଟର ଜସପିତ୍ ବୁମରାଙ୍କ ନାମରେ ରହିଛି । ଏହା ତାଙ୍କ ଟେଷ୍ଟ କ୍ରିକେଟରେ ଦ୍ୱିତୀୟ ବଡ ସ୍କୋର । ଏହା ପୂର୍ବରୁ ସେ ଇଂଲଣ୍ଡ ବିପକ୍ଷ ଟେଷ୍ଟ ମ୍ୟାଚରେ ୩୪ ରନର ଏକ ବଡ ପାରି ଖେଳିଥିଲେ ।