୧୯ ବର୍ଷରୁ କମ୍ ବିଶ୍ୱକପ୍ କ୍ରିକେଟ ଫାଇନାଲ ମ୍ୟାଚ । ଭାରତକୁ ୨୫୪ ରନର ଟାର୍ଗେଟ୍ ଦେଲା ଅଷ୍ଟ୍ରେଲିଆ

202

କନକ ବ୍ୟୁରୋ : ଅଷ୍ଟ୍ରେଲିଆ ଓ ଭାରତ ମଧ୍ୟରେ ଚାଲିଥିବା ୧୯ ବର୍ଷରୁ କମ୍ କ୍ରିକେଟ ବିଶ୍ୱକପର ଫାଇନାଲ ମ୍ୟାଚ ଚାଲିଛି । ଏହି କ୍ରମରେ ପ୍ରଥମେ ଅଷ୍ଟ୍ରେଲିଆ ବ୍ୟାଟିଂ କରି ୨୫୩ ରନ କରିଛି । ଅଷ୍ଟ୍ରେଲିଆ ୫୦ ଓଭରରେ ୭ ୱିକେଟ ହରାଇ ୨୫୩ ରନ କରିଛି । ଅଷ୍ଟ୍ରେଲିଆ ତରଫରୁ ହରଜସ ସିଂ ୬୪ ବଲରେ ୫୫ ରନ କରିଛନ୍ତି । କ୍ୟାପଟେନ ହୁ ୪୮ ରନ କରିଥିବା ବେଳେ ହେରୀ ଡିକସନ ୪୨ ରନ କରିଛନ୍ତି ।

ଭାରତୀୟ ଟିମ ତରଫରୁ ରାଜ ଲିମ୍ବାନୀ ୧୦ ଓଭର ବୋଲିଂ କରି ୩୮ ରନ ଦେଇଥିବା ବେଳେ ୩ ଟି ୱିକେଟ ହାସଲ କରିଛନ୍ତି । ସେହିଭଳି ନମନ ତିୱାରୀ ୨ ୱିକେଟ ନେଇଛନ୍ତି । ସୌମ୍ୟା ପଣ୍ଡେ ଓ ମୁଶୀର ଖାନ ଗୋଟିଏ ଲେଖାଏଁ ୱିକେଟ ହାସଲ କରିଛନ୍ତ ିା