ଆଜିଠୁ ଭାରତ-ଅଷ୍ଟ୍ରେଲିଆ ଦିନିକିଆ ସିରିଜ୍ : ମୋହାଲିରେ ହେବ ପ୍ରଥମ ମ୍ୟାଚ୍; ରାହୁଲଙ୍କ ନେତୃତ୍ୱରେ ଖେଳିବ ଦଳ

292

କନକ ବ୍ୟୁରୋ : ଆଜିଠୁ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ଆରମ୍ଭ ହେବ । ପଞ୍ଜାବର ମୋହାଲିରେ ପ୍ରଥମ ମ୍ୟାଚ ଅନୁଷ୍ଠିତ ହେବ । ମଧ୍ୟାନ ସାଢେ ଗୋଟାଏ ସମୟରେ ଖେଳ ଆରମ୍ଭ ହେବ । ତେବେ ପ୍ରଥମ ଦୁଇ ମ୍ୟାଚରୁ ନିୟମିତ ଅଧିନାୟକ ରୋହିତ ଶର୍ମା, ବିରାଟ କୋହଲି, ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ବିଶ୍ରାମ ଦିଆଯାଇଛି । ତେଣୁ ପ୍ରଥମ ଦୁଇଟି ମ୍ୟାଚରେ ଲୋକେଶ ରାହୁଲ ଅଧିନାୟିକ ଦାୟୀତ୍ୱ ତୁଲାଇବେ । ଦିନିକିଆ ବିଶ୍ୱକପକୁ ଆଉ ଦୁଇ ସପ୍ତାହ ବାକି ଥିବା ବେଳେ ଏହି ସିରିଜ ଖେଳାଯାଉଛି ।

ତେଣୁ ଉଭୟ ଦଳ ପାଇଁ ଏହା ଗୁରୁତ୍ୱ ବହନ କରୁଛି । ରୋହିତ, କୋହଲି, ହାର୍ଦ୍ଦିକଙ୍କ ସ୍ଥାନରେ ଶ୍ରେୟସ ଆୟର, ସୂର୍ଯ୍ୟକୁମାର ଯାଦବ, ରବିଚନ୍ଦ୍ରନ ଅଶ୍ୱୀନିଙ୍କୁ ସୁଯୋଗ ମିଳିପାରେ । ଅଷ୍ଟେଲିଆ ଦଳରେ ଡେଭିଟ ୱାର୍ଣ୍ଣର, ମିଚେଲ ମାର୍ସ, ଷ୍ଟିଭେନ ସ୍ମିଥଙ୍କ ଭଳି ଅଭିଜ୍ଞ ବ୍ୟାଟର ଅଛନ୍ତି । ପାଟ କମିନ୍ସଙ୍କ ନେତୃତ୍ୱରେ ଦଳ ପଡିଆକୁ ଓହ୍ଲାଇବ । ନିକଟରେ ଏସିଆ କପରେ ବିଜୟ ଯୋଗୁ ଭାରତୀୟ ଟମର ମନବଳ ସଦୃଢ । ଏହି ସିରିଜ ଜିତି ବିଶ୍ୱକପରେ ଫେଭରାଇଟ୍ ଟିମ ଭାବେ ବିଶ୍ୱକପରେ ପଦାର୍ପଣ କରିବାକୁ ଲକ୍ଷ୍ୟ ରଖିଛି ଟିମ ଇଣ୍ଡିଆ ପଡିଆକୁ ଓହ୍ଲାଇବ । ରୋହିତଙ୍କ ଅନୁପସ୍ଥିତିରେ ଇସାନ କିଶାନ ଏବଂ ଶୁବମନ ଗିଲ ଓପନିଂ କରିବେ ।

ଭାରତ ସମ୍ଭାବ୍ୟ ଏକାଦଶ : ଈଶାନ କିଶନ, ଶୁବମନ ଗିଲ୍‌, ଶ୍ରେୟସ ଆୟର, ସୂର୍ଯ୍ୟକୁମାର ଯାଦବ, କେଏଲ୍ ରାହୁଲ୍‌ (ଅଧିନାୟକ, ୱିକେଟରକ୍ଷକ), ରବୀନ୍ଦ୍ର ଜାଦେଜା, ୱାସିଂଟନ୍ ସୁନ୍ଦର, ଆର୍‌ ଅଶ୍ବିନ୍‌, ମହମ୍ମଦ ସାମି, ମହମ୍ମଦ ସିରାଜ/ଶାର୍ଦୁଳ ଠାକୁର, ଯଶପ୍ରୀତ ବୁମରା ।

ଅଷ୍ଟ୍ରେଲିଆ ସମ୍ଭାବ୍ୟ ଏକାଦଶ : ଡେଭିଡ୍‌ ୱାର୍ଣ୍ଣର, ମିଚେଲ୍ ମାର୍ସ, ଷ୍ଟିଭେନ୍ ସ୍ମିଥ୍, ମାର୍ନସ ଲବୁସାନ୍‌, ଆଲେକ୍ସ କ୍ୟାରି (ୱିକେଟରକ୍ଷକ), କାମେରନ୍ ଗ୍ରିନ୍‌, ମାର୍କସ ଷ୍ଟୋଇନିସ୍, ପ୍ୟାଟ୍ କମିନ୍ସ (ଅଧିନାୟକ), ସ୍ପେନସର୍‌ ଜନ୍‌ସନ୍‌/ତନଭୀର ସାଙ୍ଗା, ଆଦାମ ଜାମ୍ପା, ଜୋସ୍ ହାଜେଲଉଡ୍‌ ।