କନକ ବ୍ୟୁରୋ : ଏସୀୟ କ୍ରୀଡାରେ ଶହେ ପଦକ ଅମଳ କରିସାରିଥିବା ଭାରତ ଏତିକିରେ ସନ୍ତୁଷ୍ଟ ନାହିଁ । ପଦକ ସଂଖ୍ୟା ବଢ଼ାଇବା ପାଇଁ ଭାରତୀୟ ଖେଳାଳି ଦମ୍ ଦେଖାଉଛନ୍ତି । କିଛି ସମୟ ପରେ ଆରମ୍ଭ ହେବାକୁ ଯାଉଛି କ୍ରିକେଟ ଫାଇନାଲ । ମୁହାଁମୁହିଁ ହେବେ ଭାରତ-ଆଫଗାନିସ୍ତାନ । ଅନ୍ତଜାର୍ତୀୟ ଖେଳାଳୀଙ୍କୁ ନେଇ ସମୃଦ୍ଧ ଭାରତୀୟ ଦଳଠାରୁ ବିଜୟ ଓ ସ୍ୱର୍ଣ୍ଣ ପଦକ ଆଶା ରଖିଛନ୍ତି ଭାରତ । ଏପଟେ ଭାରତରେ ଚାଲିଥିବା କ୍ରିକେଟ୍ ବିଶ୍ୱକପ୍ରେ କାଲି ଅଷ୍ଟ୍ରେଲିଆ ବିପକ୍ଷରେ ଖେଳି ଅଭିଯାନ ଆରମ୍ଭ କରିବ ଭାରତ ।

Kanak News is now on WhatsApp
Join and get latest news updates delivered to you via WhatsApp
ଆଉ ତାପୂର୍ବରୁ ଭାରତର ଭିନ୍ନ ଏକ କ୍ରିକେଟ ଦଳ ଚୀନରୁ ସ୍ୱର୍ଣ୍ଣ ନେଇ ଫେରୁ ବୋଲି ସମସ୍ତେ ଚାହାଁନ୍ତି । ହାଙ୍ଗଝୌରେ ରୁତୁରାଜ ଗାଏକ୍ୱାଡଙ୍କ ଦଳ କ୍ୱାଟର ଫାଇନାଲ ଓ ସେମି ଫାଇନାଲରେ ଜବରଦସ୍ତ ଖେଳିଥିବାରୁ ଦଳ ସମାନ ପ୍ରଦର୍ଶନ ଫାଇନାଲରେ ବି ଦୋହରାଇବା ସମ୍ଭାବନା ଅଛି । କ୍ରିକେଟରେ ଭାରତୀୟ ମହିଳା ଦଳ ସ୍ୱର୍ଣ୍ଣ ଜିତି ଥିବାରୁ ପୁରୁଷ ଦଳ ପଛରେ ପଡ଼ିବାକୁ କେବେ ବି ଚାହିଁବ ନାହିଁ ।