କୋଟଲାରେ ଭାରତ- ଅଷ୍ଟ୍ରେଲିଆ ମଧ୍ୟରେ ମହାଲଢେଇ: ନିର୍ଣ୍ଣାୟକ ଦିନିକିଆରେ ବିଶ୍ବକପ୍ ଆଶାୟୀ

ଆଜିର ମ୍ୟାଚ ଉଭୟ ଦଳ ପାଇଁ କର ବା ମର ସ୍ଥିତି

138

କନକ ବ୍ୟୁରୋ: ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଆଜି ଖେଳାଯିବ ପଂଚମ ତଥା ଶେଷ ଦିନିକିଆ । ଦିଲ୍ଲୀର ଫିରୋଜଶାହା କୋଟଲାରେ ଖେଳାଯିବ ଏହି ମ୍ୟାଚ୍ । ଏହି ମ୍ୟାଚ୍ ଯେଉଁ ଦଳ ଜିତିବ, ସେହି ଦଳ ସିରିଜ କବଜା କରିବ । କାରଣ ୫ ମ୍ୟାଚ୍ ବିଶିଷ୍ଟ ସିରିଜ ଏବେ ୨-୨ ରେ ସମାନ ସ୍ତରରେ ରହିଛି । ତେଣୁ କୋଟଲା ଦିନିକିଆ ଜିତିବାକୁ ସ୍ୱତନ୍ତ୍ର ରଣନୀତି ସହ ପଡିଆକୁ ଓହ୍ଲାଇବେ ଦୁଇ ଟିମ୍ । ପ୍ରଥମ ୨ଟି ଦିନିକିଆକୁ ଭାରତ ଜିତିବା ପରେ ଅଷ୍ଟ୍ରେଲିଆ ପରବର୍ତି ୨ଟି ଯାକ ଦିନିକିଆ ଜିତି ସିରିଜକୁ ଫେରିଛି ।

ଭାରତର ବୋଲିଂ, ଫିଲଡିଂ ଓ ରଣନୀତିକୁ ଚକମା ଦେଇ ଅଷ୍ଟ୍ରେଲିଆ ଚତୁର୍ଥ ଦିନିକିଆରେ ୩୫୯ ରନର ବିଶାଳ ଲକ୍ଷ୍ୟକୁ ପିଛା କରିଥିବାରୁ , କୋଟଲା ଦିନିକିଆରେ କଙ୍ଗାରୁ ଦଳର ପଲ୍ଲା ଭାରି ରହିବ ବୋଲି ଅନୁମାନ କରାଯାଉଛି । କୋଟଲାରେ ପିଚ୍ ଧୀମା ରହିବା ସହ ସ୍ପିନକୁ ସୁହାଇପାରେ । ଭାରତର ଦୁଇ ଓପନର ଧାବନ ଓ ରୋହିତ ଏବେ ଫର୍ମକୁ ଫେରିଥିବାରୁ ଭାରତ ପାଇଁ ଆଶ୍ୱସ୍ତି ହେବ ନିଶ୍ଚୟ । ବିଶ୍ୱକପ୍ ଆଗରୁ ଏହା ଭାରତ ପାଇଁ ଶେଷ ଦିନିକିଆ ଥିବାରୁ ବିଜୟ ଶଙ୍କର, ରିସଭ୍ ପନ୍ତ, ଲୋକେଶ ରାହୁଲ ଓ ଜାଡେଜାଙ୍କ ଭଲ ପ୍ରଦର୍ଶନ ଉପରେ ସମସ୍ତଙ୍କ ନଜର ରହିବ ।