କନକ ବ୍ୟୁରୋ : ଦେଶରେ ବଢୁଛି ଏସି ବ୍ୟବହାର । ସ୍ଥିତି ଏପରି ହୋଇଆସୁଛି ଯେ ୨୦୫୦ ସୁଦ୍ଧା ଭାରତରେ ଘରେ ବ୍ୟବହାର ହେଉଥିବା ବିଜୁଳିର ଚାହିଦା ଏବେ ତୁଳନାରେ ୯ ଗୁଣା ବୃଦ୍ଧି ପାଇବ । ଯାହା ମୋଟ୍ ଆଫ୍ରିକାର ବିଜୁଳି ବ୍ୟବହାରଠୁ ଅଧିକ ହେବ । ଦେଶରେ ଜଳବାୟୁ ପରିବର୍ତନ ଏବଂ ହିଟ୍ ୱେଭ୍ ପାଇଁ ଲୋକମାନେ ଏକ ସୁସ୍ଥ ବାତାବରଣରେ ରହିବାକୁ ଏସି ଉପରେ ନିର୍ଭରଶୀଳ ହେଉଥିବା ବେଳେ ଏଭଳି ଏକ ରିପୋର୍ଟ ଆସିଛି । ଇଂଟରନେଶନାଲ ଏନର୍ଜି ଏଜେନ୍ସି ବା ଆଇଇଏ ମଙ୍ଗଳବାର ଏହି ରିପୋର୍ଟ ପ୍ରକାଶ କରିଛି । ଆଇଇଏ ତା'ର ବିଶ୍ୱ ଶକ୍ତି ଆଉଟଲୁକରେ କହିଛି ଯେ ଆଗାମୀ ତିନି ଦଶନ୍ଧି ମଧ୍ୟରେ ବିଜୁଳି ଚାହିଦାରେ ଭାରତ ବିଶ୍ୱର ଅନ୍ୟ କୌଣସି ଦେଶ କିମ୍ବା ଅଂଚଳ ତୁଳନାରେ ସର୍ବାଧିକ ଅଭିବୃଦ୍ଧି ହାସଲ କରିବ । ଆଇଇଏ କହିଛି, ୨୦୨୨ରେ ଭାରତର ଶକ୍ତି ଯୋଗାଣ ୪୨ ଏକ୍ସାଜୁଲ ରୁ ବୃଦ୍ଧି ପାଇ ୨୦୩୦ରେ ୫୩.୭ ଏକ୍ସାଜୁଲ ଏବଂ ୨୦୫୦ରେ ୭୩ ଏକ୍ସାଜୁଲରେ ପହଂଚିବ ବୋଲି ଆଶା କରାଯାଉଛି । ୨୦୩୦ ସୁଦ୍ଧା ଏହା ୪୭.୬ ଏକ୍ସାଜୁଲ ଏବଂ ୨୦୫୦ ସୁଦ୍ଧା ୬୦.୩ ଏକ୍ସାଜୁଲରେ ପହଂଚିବ ବୋଲି ଆକଳନ କରାଯାଇଛି ।

Advertisment

- ୨୦୧୦ରୁ ୨୦୨୩ ମଧ୍ୟରେ ୩ ଗୁଣା ବୃଦ୍ଧି ପାଇଛି ଏସିର ବ୍ୟବହାର
- ତାପମାତ୍ରା ବୃଦ୍ଧି ହେତୁ ପ୍ରତି ୧୦୦ ଜଣରେ ଏବେ ୨୪ ଏସି ବ୍ୟବହାର କରୁଛନ୍ତି
- ନୂଆ ଏସି ବ୍ୟବହାରୀଙ୍କ ସଂଖ୍ୟା ୨୦୫୦ ବେଳକୁ ୯ ଗୁଣା ବୃଦ୍ଧି ପାଇବ
- ୨୦୧୦ରୁ ୨୦୨୨ ମଧ୍ୟରେ ୨୧ ପ୍ରତିଶତ ବିଜୁଳି ବ୍ୟବହାର ବଢିଛି
- ଏସି ବ୍ୟତୀତ ଟିଭି, ଫ୍ରିଜ ଏବଂ ୱାଶିଂ ମେସିନର ବ୍ୟବହାର ବଢ଼ିଚାଲିଛି
- ୧୩ ବର୍ଷରେ ୩ ଗୁଣା ବୃଦ୍ଧି ପାଇଛି ନୂଆ ଏସି ଗ୍ରାହକଙ୍କ ସଂଖ୍ୟା
- ୨୦୫୦ ବେଳକୁ ଘରୋଇ ଏସି ବ୍ୟବହାର ଆଫ୍ରିକାକୁ ଟପିଯିବ
- ୨୦୦୦ ମସିହା ପାଖରୁ ଭାରତରେ ୮୧୦ ମିଲିୟନ ବିଜୁଳି ବ୍ୟବହାର କରୁଛନ୍ତି
- ଗତ ୫ ବର୍ଷରେ ସୌର ଶକ୍ତି ବ୍ୟବହାର ବୃଦ୍ଧି କିଛି ମାତ୍ରାରେ ବିଜୁଳି ବ୍ୟବହାର କମାଇଛି
- ବିଶ୍ୱ ଏବେ ନବୀକରଣ ଯୋଗ୍ୟ ଶକ୍ତି ମୁହାଁ ଅଗ୍ରସର ହେଉଛି