ଓଡିଶାରେ ଅଛି ସ୍କଟଲ୍ୟାଣ୍ଡପୁର: ଆପଣ ଗଲେଣି କି ? ତାହାଲେ ଜାଣନ୍ତୁ ଆଉ ଯାଆନ୍ତୁ ଦେଶୀ ରାଜ୍ୟରେ ଥିବା ଏହି ବିଦେଶୀ ଗାଁକୁ…

522

କନକ ବ୍ୟୁରୋ: ଓଡିଶାରେ ବି ଅଛି ସ୍କଟଲ୍ୟାଣ୍ଡପୁର । ଦେଶୀ ରାଜ୍ୟରେ ଅଛି ବିଦେଶୀ ନାଁରେ ଗାଁ । ତେବେ କେଉଁଠି ଏ ଜାଗା ଅଛି, ୩୦ଟି ଜିଲ୍ଲା ମଧ୍ୟରୁ କେଉଁ ଜିଲ୍ଲାରେ ଏମିତି ଏକ ବିରଳ ନାମ ଥିବା ଗାଁ ଅଛି । ଗାଁ ନାଁଟା ଶୁଣିବା ପରେ ଜାଗା ଜାଣିବାକୁ ସମସ୍ତଙ୍କ ମନରେ ନିଶ୍ଚିତ ଉକ୍ରଣ୍ଠା ବଢିଥିବ ଆଉ ସ୍ଥାନ ବାବଦରେ ଜାଣି ସାରିବା ପରେ ସେଠାକୁ ଯିବାକୁ ନିଶ୍ଚିତ ଇଚ୍ଛା ହେବ । ତେବେ ପଢନ୍ତୁ ଓଡିଶାରେ କେଉଁ ଜିଲ୍ଲାରେ ଅଛି ଏ ସ୍କଟଲ୍ୟାଣ୍ଡପୁର…


ଅନୁଗୁଳ ଜିଲ୍ଲାରେ ଅଛି ଏହି ବିଦେଶୀ ନାଁ ଥିବା ଗାଁ । ତାଳଚେର ସହର ଠାରୁ ୧୨ କିମି ଯିବା ପରେ ବାଟରେ ପଡିବ ବଣ, ପାହାଡ ଘେରା ଏହି ସ୍କଟଲ୍ୟାଣ୍ଡପୁର । ପାଡାଡ ଓ ସବୁଜ ବନାନୀ ମଝିରେ ଏହି ଗାଁ । ତେବେ ଏଠାରେ ତାଳଚେର ରାଜାଙ୍କ ପ୍ରାସାଦ ରହିଥିବା ବେଳେ ରହିଛି ଅନେକ ମନଲୋଭା ଦୃଶ୍ୟ । ୨୬ ହେକ୍ଟର ପରିମିତ ଏହି ଜାଗାରେ ଏହି ଗାଁ ଅବସ୍ଥାପିତ ହୋଇଥିବା ବେଳେ ପ୍ରାୟ ୩୦ଟି ପରିବାର ଏହି ପାହାଡ ଘେରା ଗାଁରେ ରହନ୍ତି । ପ୍ରାକୃତିକ ପରିବେଶ ଓ ଶାନ୍ତ ବାତାବରଣ ମଝିରେ ରହିଥିବା ଏହି ଗାଁକୁ ଯିବାକୁ ରହିଛି ରେଳ ସୁବିଧା । କାରଣ ରାଜ ପ୍ରାସାଦକୁ ଲାଗି ରହିଛି ସ୍କଟଲ୍ୟାଣ୍ଡପୁର ରେଳ ଷ୍ଟେସନ । ପର୍ଯ୍ୟଟକଙ୍କୁ ଟାଣୁଥିବା ଏହି ନିଆର ନାଁ ସ୍କଟଲ୍ୟାଣ୍ଡପୁର ଯିବାକୁ ବାରମ୍ବାର ବାଧ୍ୟ କରେ ।


ଓଡିଶା ଭିତରେ ପୁଣି ଖଣି ଖାଦାନ ଭରା ଏଭଳି ଜାଗାର ନାଁ କାହିଁକି ସ୍କଟଲ୍ୟାଣ୍ଡପୁର ରଖା ଯାଇଛି । ସମସ୍ତଙ୍କ ମନରେ ଏହି ପ୍ରଶ୍ନ ଉଙ୍କିମାରୁଥିବା ବେଳେ ଏପରି ନାମ ପଛରେ କଣ ରହିଛି ରହସ୍ୟ ଜାଣନ୍ତୁ । କୁହାଯାଉଛି ତାଳଚେର ରାଜା ପ୍ରମୋଦ ଚନ୍ଦ୍ର ଦେବ ଥରେ ସ୍କଟଲ୍ୟାଣ୍ଡ ଗସ୍ତ କରିଥିଲେ । ବିଦେଶ ଗସ୍ତ ବେଳେ ସେ ସ୍କଙ୍କଲ୍ୟାଣ୍ଡର ସୌନ୍ଦର୍ଯ୍ୟରେ ବିମୋହିତ ହୋଇପଡିଥିଲେ । କହିବାକୁ ଗଲେ ରାଜା ସ୍କଟଲ୍ୟାଣ୍ଡ ପ୍ରେମରେ ପଡି ଯାଇଥିଲେ ଆଉ ସେ ସେହିଭଳି ଏକ ସାମ୍ରାଜ୍ୟ କରିବାକୁ ଚାହୁଁଥିଲେ । ତେଣୁ ତାଙ୍କ ସ୍ୱପ୍ନ ପୂରଣ କରିବାକୁ ସେହି ସ୍ଥାନକୁ ସେ ସ୍କଟଲ୍ୟାଣ୍ଡପୁର ନାମରେ ନାମିତ କଲେ ।


ଆଉ କେହି କେହି କହୁଛନ୍ତି କି ୧୯୮୧ ମସିହାରେ ରାଜା ସ୍କଙ୍କଲ୍ୟାଣ୍ଡରୁ ଫେରିବା ପରେ କଲିକଲାରୁ କିଛି ବ୍ରାହ୍ମଣଙ୍କୁ ଏଠାକୁ ଡାକିଥିଲେ । ବ୍ରାହ୍ମଣମାନେ ମାଟି ଚାଖି କହି ଦେଉଥିଲେ କେଉଁଠି କୋଇଲା ଅଛି ଆଉ କେଉଁଠି ନାହିଁ । ବ୍ରାହ୍ମଣମାନେ ତାଳଚେରଠୁ ୧୨ କିମି ଦୂରରେ ଏହି ସ୍ଥାନକୁ ସୁର କ୍ଷିତ ସ୍ଥାନ ଓ ସାମ୍ରାଜ୍ୟ ପ୍ରତିଷ୍ଠା ପାଇଁ ରାଜାଙ୍କୁ ପ୍ରସ୍ତାବ ଦେଇଥିଲେ ଆଉ ତା ପରେ ରାଜା ସେଠାରେ ଜନବସତି ଗଢି ତାର ନାମ ସ୍କଟଲ୍ୟାଣ୍ଡପୁର ଦେଲେ । ତେବେ ସ୍କଙ୍କଲ୍ୟାଣ୍ଡର ଓଡିଆ ଅର୍ଥ ହେଉଛି ପାହାଡ ମଝିରେ ଥିବା ସ୍ଥାନ । କୁହାଯାଏ ଏଇଥିପାଇଁ ବି ଏହାର ନାମ ସ୍କଟଲ୍ୟାଣ୍ଡପୁର ହୋଇ ଥାଇପାରେ ।
ସେ ଯାହା ବି ହେଉନା କାହିଁକି ଓଡିଶା ଭଳି ଦେଶୀ ଜାଗାରେ ବିଦେଶୀ ନାମ ଶୁଣି ସମସ୍ତେ ସେଠାକୁ ଯିବାକୁ ଇଚ୍ଛା କରନ୍ତି । ଆଉ ଯଦି ଆପଣ ଏ ଜାଗା ବାବଦରେ ପଢି ଇଚ୍ଛା ପ୍ରକାଶ କରୁଛନ୍ତି ତେବେ ଥରେ ବୁଲି ଆସନ୍ତୁ ସ୍କଟଲ୍ୟାଣ୍ଡପୁର ଆଉ ଧୂମ ସେଲ୍ଫି ନେଇ ମୋବାଇଲରେ ସାଇତି ରଖନ୍ତୁ ସ୍କଟଲ୍ୟାଣ୍ଡପୁରର ସ୍ମୃତି ।